କରୋନା ବିପତ୍ତି ବେଳେ ବ୍ୟକ୍ତିଗତ ଆକ୍ରୋଶରୁ ଦଶପଲ୍ଲାରେ ଆଶା କର୍ମୀଙ୍କୁ ଗରମ ପେଜମାଡ଼, ଅଭିଯୁକ୍ତକୁ ଗିରଫ କଲା ପୋଲିସ

କେନ୍ୟୁଜ(ବ୍ୟୁରୋ): କରୋନା ବିପତ୍ତି ସମୟରେ କରୋନା ଯୋଦ୍ଧାଙ୍କ ଉପରେ ବ୍ୟକ୍ତିଗତ ଆକ୍ରୋଶ ରଖି ଗରମ ପେଜ ମାଡ। ଯେତେ ବେଳେ ସାରା ଦେଶ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସେବାରେ ନିୟୋଜିତ ଥିବା କରୋନା ଯୋଦ୍ଧାଙ୍କୁ ସଲାମ କରୁଛି ଏହି ସମୟରେ ଏକ ସ୍ପର୍ଶକାତର ଘଟଣା ଦଶପଲ୍ଲାରୁ ଆସିଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ଆଶାକର୍ମୀଙ୍କ ଉପରକୁ ଜଣେ ବ୍ୟକ୍ତି ଗରମ ପେଜ ମାଡ କରିଛି । ସୂଚନା ମୁତାବକ ଗେନେଗେଣ୍ଡା ଗାଁର ଆଶାକର୍ମୀ ସେହି ଗାଁରେ କାର୍ଯ୍ୟରତ ସ୍ୱୟଂସହାୟକ ଗୋଷ୍ଠୀକୁ କରୋନା ସଂପର୍କରେ କିଛି ପରାମର୍ଶ ଦେବା ସହ ଗାଁରେ କିଛି ଔଷଧ ବାଣ୍ଟିବା କାମରେ ନିୟୋଜିତ ଥିଲେ । ସେତିକିବେଳେ ପୂର୍ବ ଶତୃତା କାରଣରୁ ସେହି ଗାଁର ମନୁ ନାୟକ ଆଶା କର୍ମୀଙ୍କ ସହ ବଚସା କରିଥିଲେ । ଏହାର କିଛି ସମୟ ପରେ ଆଶା କର୍ମୀ ନିଜ ଘରକୁ ଫେରି ଆସିଥିବା ବେଳେ ଅଭିଯୁକ୍ତ ଓ ତା ସ୍ତ୍ରୀ ଉଭୟେ ଆସି ବଚସା କରିଥିଲେ । ପରେ ଗରମ ପେଜକୁ ଆଶା କର୍ମୀଙ୍କ ଉପରେ ଢାଳି ଦେଇଥିଲେ । ଘଟଣା ସ୍ଥଳରେ ଆଶା କର୍ମୀ ଗୁରୁତର ହୋଇପଡିଥିବାରୁ ସ୍ଥାନୀୟ ବାସିନ୍ଦା ଗୁରୁତର ଆଶାକର୍ମୀଙ୍କୁ ଦଶପଲ୍ଲା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଅଭିଯୁକ୍ତ ମନୁ ନାୟକକୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.