Below header

ଦାରିଙ୍ଗବାଡ଼ିରେ କାଳବୈଶାଖୀ : ପବନ ଓ ବର୍ଷାରେ ଉଡ଼ିଲା ଛାତ, ଉପୁଡ଼ିଲା ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ

ଦାରିଙ୍ଗବାଡ଼ି (କେ ନ୍ୟୁଜ୍‌) : କାଳ ସାଜିଲା କାଳବୈଶାଖୀ । ପବନ ଓ ବର୍ଷାର ତାଣ୍ଡବଲୀଳା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ । ଏହି କାଳବୈଶାଖୀ ବେଳେ କେତେକ ଘରୁ ଆଜେବେଷ୍ଟ ଉଡ଼ି ଯାଇଥିବା ବେଳେ ବହୁ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡି ରାଜ ରାସ୍ତାରେ ପଡ଼ିଛି । ବିଦ୍ୟତ ତାର ଛିଣ୍ଡି ପଡ଼ିଥିବାରୁ ବିଦ୍ୟୁତ ସେବାରେ ବ୍ୟାହତ ହୋଇଛି ।

DARINGBADI-2

ସନ୍ଧ୍ୟାରେ ବିଜୁଳି ଘଡଘଡି ମାରିବା ସହ ଜୋର୍‌ରେ ପବନ ବହିବା ସହ ବର୍ଷା ହୋଇଥିଲା । ମଙ୍ଗଳବାର ଅପରାହ୍ନ ୩ଟାରୁ ପ୍ରବଳ ବର୍ଷା ପବନ ସହ ବଜ୍ରପାତ ହୋଇଥିଲା। ପବନ ଯୋଗୁ ବହୁ ଘରର ଛପର ଉଡ଼ିବା ସହ ବଡବଡ ଗଛ ଉପୁଡ଼ି ପଡ଼ିଛି। ଏକାଧିକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଛି । ସିମନବାଡ଼ି, ବୁଡ଼ାଗୁଡା,ତିଲୋରୀ,ବାଲିଗୁଡା ଅଞ୍ଚଳର ଋତୁଙ୍ଗିଆ ଠାରେ ଅଧିକ କ୍ଷୟକ୍ଷତି ହୋଇଛି । ତିଲୋରୀ ପଞ୍ଚାୟତର ଯୋଗେର୍ମାହା ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଆଜେବେଷ୍ଟସ୍‌ ଏବଂ ଟିଣ ଛପର ଉଡିଯାଇଛି ।

ଏହା ସହିତ ଦାରିଙ୍ଗବାଡ଼ି, ସିମନବାଡି, ଆଦି ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ସିମନବାଡ଼ିରେ ଥିବା ପାଟଖଣ୍ଡା ମନ୍ଦିର ଉପରେ ଏକ ଗଛ ପଡ଼ି ରୋଷଶାଳ ସହ ମନ୍ଦିରର କ୍ଷତି ହୋଇଛି। ପୂର୍ବଦିନ ମଧ୍ୟ ଏହି ଅଞ୍ଚଳ ଗୁଡିକରେ କାଳବୈଶାଖୀ ପ୍ରଭାବରେ ବହୁ ଘର ଏବଂ ପନି ପରିବା ଚାଷ ନଷ୍ଟ ହୋଇଥିଲା। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.