ପାଣିପାଗ : ଆଜି ଦିନ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି, କାଲିବି ବର୍ଷିବ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱରରେ ଏବେ ଚାଲିଛି ପ୍ରବଳ ବର୍ଷା । ଘଡ଼ଘଡ଼ି ସହ ବର୍ଷା ହେଉଛି। ଅପରାହ୍ନରେ ମେଘ ଘୋଟି ଆସିଥିଲେ ମଧ୍ୟ ବର୍ଷା ହୋଇନଥିଲା । ତେବେ ସନ୍ଧ୍ୟାରେ ଜୋରରେ ବର୍ଷା ହୋଇଛି ।
ସେପଟେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୂର୍ବାହ୍ନରୁ ଅପରାହ୍ନ ଭିତରେ କାଳବୈଶାଖୀ ଓ ବର୍ଷା ହୋଇଛି । ଦାରିଙ୍ଗବାଡ଼ିରେ ସର୍ବାଧିକ ୨୧ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । କେନ୍ଦୁଝର, କଟକ, ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର ଏବଂ ଖୋର୍ଦ୍ଧା ଆଦି ଜିଲ୍ଲାରେ ବର୍ଷା ହୋଇଛି ।
ବର୍ଷା ଯୋଗୁଁ ଉପକୂଳବର୍ତ୍ତୀ ସମେତ ଅଧିକାଂଶ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି । ଆଜି ସର୍ବାଧିକ ତାପମାତ୍ରା ମାଲକାନଗିରି ଓ ଟିଟିଲାଗଡ଼ରେ ରେକର୍ଡ଼ କରାଯାଇଛି । ଉଭୟ ସ୍ଥାନରେ ତାତି ୪୦.୫ ଡିଗ୍ରୀ ସେଲସିୟସ ରହିଥିଲା ।

ଆସନ୍ତାକାଲି କଣ ରହିବ ପାଗ ଜାଣନ୍ତୁ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.