Below header

ଗାଧୋଉଥିବା ବେଳେ ପୋଖରୀରେ ବୁଡି ନାବାଳକର ମୃତ୍ୟୁ

ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗାଙ୍ଗପୁର ଗାଁ ପୋଖରୀରେ ବୁଡି ୫ମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଲେ ସ୍ଥାନୀୟ ହରିଜନ ସାହିର ବାଦଲ ନାୟକ ।

ଭଞ୍ଜନଗର (କେନ୍ୟୁଜ): ଗାଁ ପୋଖରୀରେ ବୁଡି ନାବାଳକର ମୃତ୍ୟୁ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗାଙ୍ଗପୁର ଗାଁ ପୋଖରୀରେ ବୁଡି ୫ମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଲେ ସ୍ଥାନୀୟ ହରିଜନ ସାହିର ବାଦଲ ନାୟକ । ସ୍କୁଲରୁ ଫେରି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବାଦଲ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗାଁ ପୋଖରୀରୁ ଉଦ୍ଧାର କରିଥିଲେ ।

ପ୍ରଥମେ ସୂର୍ଯ୍ୟନଗର ଓ ପରେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମେଡିକାଲ ରେ ପ‌ହଞ୍ଚି ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.