ଧକ୍କା ଦେଲା ବାଇକ୍, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତବ୍ରହ୍ମପୁର – ଭଞ୍ଜନଗର ମୁଖ୍ୟ ସଡକ ବାଲିଛାଇ ଗାଁ ନିକଟରେ ଦୁର୍ଘଟଣା । ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ବାଲିଛାଇ ଗାଁର ମଧୁସୂଦନ ପାତ୍ର ।

ଭଞ୍ଜନଗର (କେନ୍ୟୁଜ): ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତବ୍ରହ୍ମପୁର – ଭଞ୍ଜନଗର ମୁଖ୍ୟ ସଡକ ବାଲିଛାଇ ଗାଁ ନିକଟରେ ଦୁର୍ଘଟଣା । ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବାଲିଛାଇ ଗାଁର ମଧୁସୂଦନ ପାତ୍ର । ସାଇକଲ୍ କୁ ବାଇକ୍ ଧକ୍କା ଦେବାପରେ ଉଭୟ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ । ଏହାପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତି କରିଥିବା ବେଳେ ସେଠାରେ ସାଇକଲ୍ ଚାଳକ ମଧୁସୁଦନ ପାତ୍ରଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ଆହତ ବାଇକ୍ ଆରୋହୀଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସାଇକେଲ ଆରୋହୀଙ୍କ ମୃତଦେହକୁ ଜବତ କରି, ଘଟଣାର ତଦନ୍ତ ଚଳାଇଛି ଆସିକା ଥାନା ପୋଲିସ ।