Below header

ଭୁବନେଶ୍ବର ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ, ସାମ୍ନାକୁ ଆସିଲା ଆଉ ଜଣେ ଯୁବକଙ୍କ ନାଁ

ବ୍ରେକଅପ ପରେ ସେହି ଯୁବକଙ୍କ ସହ ସମ୍ପର୍କରେ ଥିଲେ ଶୁଭଲକ୍ଷ୍ମୀ । ମୃତ୍ୟୁର ୨୦ ଦିନ ପୂର୍ବରୁ ସଞ୍ଜୟଙ୍କ ସହ କଥା ହେଉନଥିଲେ ଶୁଭଲକ୍ଷ୍ମୀ । ଏପରିକି କଥା ନହେବା ପାଇଁ ଶୁଭଲକ୍ଷ୍ମୀ ତାଂକୁ ମନା କରିଥିବା ସଞ୍ଜୟ କହିଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ବର ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ । ସାମ୍ନାକୁ ଆସିଲା ଆଉ ଜଣେ ଯୁବକଙ୍କ ନାଁ । ଲକ୍ଷ୍ମୀସାଗର ଥାନାରେ ପଚରାଉଚରା ପରେ ମୁହଁ ଖୋଲିଲେ ପୁରୁଷ ବଂଧୁ ସଞ୍ଜୟ । ବ୍ରେକଅପ ପରେ ସେହି ଯୁବକଙ୍କ ସହ ସମ୍ପର୍କରେ ଥିଲେ ଶୁଭଲକ୍ଷ୍ମୀ । ମୃତ୍ୟୁର ୨୦ ଦିନ ପୂର୍ବରୁ ସଞ୍ଜୟଙ୍କ ସହ କଥା ହେଉନଥିଲେ ଶୁଭଲକ୍ଷ୍ମୀ । ଏପରିକି କଥା ନହେବା ପାଇଁ ଶୁଭଲକ୍ଷ୍ମୀ ତାଂକୁ ମନା କରିଥିବା ସଞ୍ଜୟ କହିଛନ୍ତି । ତେବେ ୩୦ ତାରିଖରେ ଘରୁ ଆସିବା ପରେ ଶୁଭଲକ୍ଷ୍ମୀ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ବୟଫ୍ରେଣ୍ଡ ।

ଭୁବନେଶ୍ୱର ଦିପାଳୀ ହୋଟେଲ ରୁମରେ ଯୁବତୀଙ୍କ ମୃତ୍ୟୁ ନେଇ ଦିନକୁ ଦିନ ବଢୁଛି ସନ୍ଦେହ । ରମାଦେବୀ କଲେଜରେ ଯୁକ୍ତ ଦୁଇ କଳା ପାଠ ପଢୁଥିଲେ ଶୁଭଲକ୍ଷ୍ମୀ । ହେଲେ ଏଭଳି କାହିଁକି ତାଙ୍କର ହଠାତ୍ ମୃତ୍ୟୁ ହେଲା ସେ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ସନ୍ଦେହ ଘେରରେ କିଛି ବାର କର୍ମଚାରୀ ଅଛନ୍ତି । ଯୁବତୀଙ୍କୁ କେହି ହୋଟେଲ ଡାକିଥିଲେ ନାଁ ସେ ନିଜେ ଏଠାକୁ ଆସିଥିଲେ ତାକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି । ସିଡିଆର ରିପୋର୍ଟ ଆସିବା ପରେ ଘଟଣାର ସତ ଜଣାପଡିବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.