ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ ପାରିତ, ସପକ୍ଷରେ ଭୋଟ ଦେଲେ ୧୩୧ ସାଂସଦ

ବିଲ୍ ବିପକ୍ଷରେ ଭୋଟ ଦେଲେ ୧୦୨ ସାଂସଦ । ପୂର୍ବରୁ ଲୋକସଭାରେ ପାରିତ ହୋଇଥିଲା ଦିଲ୍ଲୀ ସର୍ଭିସ ବିଲ । ଆଜି ଦିନ ତମାମ ରାଜ୍ୟସଭାରେ ବିତର୍କ ପରେ ଭୋଟିଂ ହୋଇଥିଲା।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟସଭାରେ ପାରିତ ହେଲା ଦିଲ୍ଲୀ ସର୍ଭିସ ବିଲ । ବିଲ୍ ସପକ୍ଷରେ ଭୋଟ ଦେଲେ ୧୩୧ ସାଂସଦ। ବିଲ୍ ବିପକ୍ଷରେ ଭୋଟ ଦେଲେ ୧୦୨ ସାଂସଦ । ପୂର୍ବରୁ ଲୋକସଭାରେ ପାରିତ ହୋଇଥିଲା ଦିଲ୍ଲୀ ସର୍ଭିସ ବିଲ । ଆଜି ଦିନ ତମାମ ରାଜ୍ୟସଭାରେ ବିତର୍କ ପରେ ଭୋଟିଂ ହୋଇଥିଲା। ବିଲକୁ ବିଜେଡି ଓ ୱାଇଆରଏସ କଂଗ୍ରେସ ସମର୍ଥନ ଦେଇଛନ୍ତି। ବିଜେଡି କହିଥିଲା ଆମ ଦଳ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରୁଛି । କିନ୍ତୁ ଦିଲ୍ଲୀକୁ ନେଇ ଆଇନ ଆଣିବାର ଅଧିକାର ସଂସଦର ରହିଛି। ତେଣୁ ଦଳ ବିଲକୁ ସମର୍ଥନ କରୁଛି।

ସଂସଦର ମୌସୁମୀ ଅଧିବେଶନର ଅନ୍ତିମ ସପ୍ତାହ ସବୁଠାରୁ ଅଧିକ ସରଗରମ ରହିବ। ଆଜି ଦିଲ୍ଲୀ ସର୍ଭିସ ବିଲ୍‌ -୨୦୨୩କୁ ରାଜ୍ୟସଭାରେ ପାସ କରାଗଲା । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଲୋକସଭାରେ ବିରୋଧୀଙ୍କ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଏବେ ବି ସଂସଦର କାର୍ଯ୍ୟ ସ୍ବାଭାବିକ ହୋଇପାରି ନଥିବାବେଳେ ସରକାରଙ୍କ ଦ୍ବାରା ତାଲିକାଭୁକ୍ତ କରାଯାଇଥିବା ବିଲ୍‌ଗୁଡ଼ିକୁ ପାରିତ କରିବା ପାଇଁ ପ୍ରୟାସ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.