ଖୋର୍ଦ୍ଧା ନକଲି ସାର୍ଟିଫିକେଟ ମାମଲାରେ ଅଧ୍ୟାପକ ଗିରଫ ଘଟଣା, NIOSର ନକଲି ଦସ୍ତାବିଜ ତିଆରି କରି ବିପୁଳ ରୋଜଗାର କରୁଥିଲେ ଅଧ୍ୟାପକ

ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆ ଅଞ୍ଚଳର ଛାତ୍ର ଅଭିଷେକ ସାମନ୍ତରାୟ ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ଫେଲ ହୋଇ ଯାଇଥିଲେ। ତେବେ ଅଭିଷେକ ପାସ ସାର୍ଟିଫିକେଟ ପାଇଁ ଅଧ୍ୟାପକ ତପନଙ୍କୁ ୩୩ ହଜାର ଟଙ୍କା ଦେଇଥିଲେ । ଏହାପରେ ତପନ ତାଙ୍କୁ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ପାସ ସାର୍ଟିଫିକେଟ ଦେଇଥିଲେ ।

ଖୋର୍ଦ୍ଧା(କେନ୍ୟୁଜ୍): ନକଲି ସାର୍ଟିଫିକେଟ ମାମଲାରେ ଖୋର୍ଦ୍ଧା କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଗିରଫ ପରେ ଏବେ କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି । ସଦର ଥାନା ଦଧିମାଛଗାଡ଼ିଆ ଅଞ୍ଚଳର ଛାତ୍ର ଅଭିଷେକ ସାମନ୍ତରାୟ ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ଫେଲ ହୋଇ ଯାଇଥିଲେ। ତେବେ ଅଭିଷେକ ପାସ ସାର୍ଟିଫିକେଟ ପାଇଁ ଅଧ୍ୟାପକ ତପନଙ୍କୁ ୩୩ ହଜାର ଟଙ୍କା ଦେଇଥିଲେ । ଏହାପରେ ତପନ ତାଙ୍କୁ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ପାସ ସାର୍ଟିଫିକେଟ ଦେଇଥିଲେ । ପରବର୍ତ୍ତୀ ସମୟରେ ଯାଞ୍ଚ କରିବାରୁ ଉକ୍ତ ସାର୍ଟିଫିକେଟ ନକଲି ବୋଲି ଜାଣିବାକୁ ପାଇଥିଲେ ଅଭିଷେକ । ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ ।

ଏହି ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ତପନଙ୍କୁ ଖୋର୍ଦ୍ଧା ପୋଲିସ ଗିରଫ କରିଛି । ତେବେ ତପନ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ନାଁରେ ନକଲି ଦସ୍ତାବିଜ ତିଆରି କରି ବିପୁଳ ଅର୍ଥ ଉପାର୍ଜନ କରୁଥିବାର ତଦନ୍ତ ବେଳେ ଜଣାପଡିଛି । ତାଙ୍କ ନିକଟରୁ ପୋଲିସ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହ ତାଙ୍କୁ କୋର୍ଟଚାଲାଣ କରିଛି । ସେପଟେ ଖୋର୍ଦ୍ଧା କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ପ୍ରିନ୍ସପାଲ ତରୁନକାନ୍ତି ରାୟ କହିଛନ୍ତି ଯେ ସେହି ପିଲାଟି ଯୁକ୍ତ ଦୁଇ ପରୀକ୍ଷାରେ ଫେଲ ହୋଇଥିଲା । ତାଙ୍କୁ ଦିଆଯାଇଥିବା ଜାଲ ସାର୍ଟିଫିକେଟଟି NIOSର । ଏଥିରେ କଲେଜର କୌଣସି ସମ୍ପୃକ୍ତି ନାହିଁ । ଜାଲ ସାର୍ଟିଫିକେଟ କାରବାର କରିଥିବା ଅଧ୍ୟାପକ ଜଣକ ଠିକାରେ ୨୦୨୧ ମସିହାରୁ କାର୍ଯ୍ୟରତ ଥିଲେ । ତାଙ୍କୁ ବହିଷ୍କାର କରିବା ପାଇଁ କଲେଜ ପକ୍ଷରୁ ଉପଜିଲ୍ଲାପାଳକୁ ଜଣାଇ ଦିଆଯାଇଛି । ଏନେଇ ପୋଲିସ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିନଥିଲେ ବି ଏକ ବଡ଼ ରାକେଟ ଥିବା ପୋଲିସ ସନ୍ଦେହ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.