ବ୍ରହ୍ମପୁର: କଲେଜ ଛାତ୍ରାବାସରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ, ହଷ୍ଟେଲରେ ଚାରି କର୍ମଚାରୀଙ୍କୁ ପୋଲିସ କଲା ଅଟକ

ବ୍ରହ୍ମପୁର(କେନ୍ୟୁଜ୍): ଭାବନୀପୁରସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ଆରୟନ ଗୁରୁକୁଳ କଲେଜ ଛାତ୍ରାବାସରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ନିଖୋଜ ଅଭିଯୋଗ । ଗତ ୩ ଦିନ ତଳେ ସମ୍ପୃକ୍ତ ନାବାଳକ ଛାତ୍ର କେଉଁ ଆଡେ ଚାଲିଯାଇଥିବା ବେଳେ ହଷ୍ଟେଲକୁ ଫେରିନଥିଲେ । ଏ ନେଇ ହଷ୍ଟେଲ କତ୍ତୃପକ୍ଷ ନିଖୋଜ ଛାତ୍ରଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକ ଖୋଜା ଖୋଜି କରିଥିଲେ । ତେବେ ନିଖୋଜ ଛାତ୍ରଙ୍କ ପତ୍ତା ନ ମିଳିବାରୁ ପରିବାର ଲୋକ ଶୁକ୍ରବାର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେପଟେ କଲେଜ ଛାତ୍ରାବାସରେ ପୁଅଙ୍କୁ ଗତ ଏକ ସପ୍ତାହ ତଳେ ମାଡ ମରାଯାଇଥିବା ନିଖୋଜ ଛାତ୍ରଙ୍କ ବାପା ଅଭିଯୋଗ କରିଛନ୍ତି । ଏପରିକି ମାଡ ମାରିବା ପରେ ବି ମେଡିକାଲରେ ଚିକିତ୍ସା କରାଯାଇଥିଲା । ଏପଟେ ସଦର ଥାନା ପୋଲିସ କଲେଜ ଓ ହଷ୍ଟେଲରେ ଚାରି ଜଣ କର୍ମଚାରୀଙ୍କ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.