Below header

କଣ ଆପଣ ପୁରୁଣା ଖବରକାଗଜରେ ଗରମ ଖାଇବା ଖାଉଛନ୍ତି କି?  ତେବେ ପଡି ପାରନ୍ତି ଏହି ରୋଗରେ

ଆମେ ବେଳେ ବେଳେ ରାସ୍ତାକଡରେ ଥିବା ଜଳଖିଆ କିମ୍ବା ସ୍ନାକ୍ସ  ଖାଦ୍ୟ ଖବରକାଗଜ ଉପରେ ଗୁଡାଇ ଘରକୁ ଆଣିଥାଉ କିମ୍ବା ଖାଇଥାଉ। କିନ୍ତୁ ଏହି ଖବରକାଗଜ ଗୁଡାଇ ଆଣିଥିବା ଖାଦ୍ୟ ଖାଇବା ଦ୍ବାରା ଆମେ କେତେଯେ  ରୋଗରେ ପଡିଥାଉ ତାହା ଆମକୁ ଜଣା ନଥାଏ। କିଛି ଲୋକ ମାନେ ଦୌନନ୍ଦିନ ଜୀବନରେ ମଧ୍ୟ ଖବରକାଗଜ ଉପରେ ଖାଇବା ଏକ ପ୍ରକାରରେ ଅଭ୍ୟାସରେ ପକାଇ ଦେଇଥାନ୍ତି। ଯାହା ସବୁଠାରୁ ବିପଦପୂର୍ଣ୍ଣ ହୋଇଥାଏ। କାରଣ ସେମାନେ ଜାଣନ୍ତି ନାହିଁ ଅଜାଣତରେ ସେମାନେ ଅନେକ ରୋଗକୁ ନିମନ୍ତ୍ରଣ କରୁଛନ୍ତି। କାରଣ ଖବର କାଗଜରେ ବ୍ୟବହାର ହେଉଥିବା କାଳି ମଣିଷ ଶରୀର ପାଇଁ ଅନେକ ରୋଗର କାରକ ହୋଇଥାଏ।

ପ୍ରିଣ୍ଟିଙ୍ଗ କାଳି ହୋଇଥାଏ ମାରାତ୍ମକ

ଯେତେବେଳ ଗରମ ଗରମ ଜଳଖିଆକୁ ପେପରେ ଗୁଡାଇ ଘରକୁ ଆଣିଥାଉ କିମ୍ବା ଖାଇଥାଉ ସେତେବେଳ ଖବରକାଗଜର କାଳି ସେହି ଜଳଖିଆରେ ଲାଗିଯାଇଥାଏ। ଯାହାଫଳରେ ସେହି ଖାଦ୍ୟସହିତ ଖବରକାଗଜର କାଳି ପେଟକୁ ଯାଇଥାଏ। ଆଉ ଏହା ପେଟକୁ ଯିବା ଦ୍ବାରା ମୁଖ କ୍ୟାନ୍ସର କିମ୍ବା ପେଟ କ୍ୟାନ୍ସର ଭଳି ଦୂରାରୋଗ୍ୟ ରୋଗର ଶିକାର ହେବାକୁ ପଡେ।

  ଚାଲି ଯାଇପାରେ ଦୃଷ୍ଟିଶକ୍ତି

ଯଦି ଖାଇବା ପଦାର୍ଥ ଖବରକାଗଡରେ ଗୁଡାଇ ରଖାଯାଏ ଏବଂ ତକୁ କିଛି ସମୟ ପରେ ଖିଆଯାଏ ତେବେ ଏହା ଆଖିପାଇଁ ବିପଦ ସୃଷ୍ଟି କରିଥାଏ। ଡାକ୍ତରଙ୍କ କହିବା କଥା ହେଲା ଖବର କାଗଜ କାଳି ପେଟ ଭିତରକୁ ଗଲେ ହର୍ମନ ଅସନ୍ତୁଳନ ମଧ୍ୟ ହୋଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.