ସଙ୍କଟରେ ଗଜରାଜ, ପୁଣି ଟ୍ରେନ ଧକ୍କାରେ ହାତୀ ଗୁରୁତର
କେନ୍ୟୁଜ୍(ବ୍ୟୁରୋ): ସଙ୍କଟରେ ଗଜରାଜ । ପୁଣି ଟ୍ରେନ ଧକ୍କାରେ ହାତୀ ଗୁରୁତର । ଭାଇରାଲ ହୋଇଛି ଭିଜୁଆଲ । ଦୃଶ୍ୟ ହେଉଛି ପଶ୍ଚିମବଙ୍ଗର ଏକ ଜଙ୍ଗଲରେ । ସିଲିଗୁଡି ଧୁବ୍ରୀ ଏକ୍ସପ୍ରେସ ହାତୀଟିକୁ ଧକ୍କା ଦେଇଛି । ଦୁର୍ଘଟଣାରେ ହାତୀଟି ଛଟପଟ ହେବାର ଦୃଶ୍ୟ ଯାହା ଆପଣଙ୍ଙ୍କୁ ବିଚଳିତ କରିବ ନିଶ୍ଚୟ । ହାତୀଟି ସଂପୂର୍ଣ୍ଣ ରୂପେ କ୍ଷତାକ୍ତ । ଚାଲିବାକୁ ସେ ସକ୍ଷମ ନୁହେଁ । ହେଲେ ଏଠି ପ୍ରଶ୍ନ ଉଠୁଛି କାହାର ଭୁଲ୍ ଯୋଗୁଁ ଅକାଳରେ ଚାଲିଯାଉଛି ହାତୀଙ୍କ ଜୀବନ । ଜଙ୍ଗଲ ବିଭାଗର ରିପୋର୍ଟରୁ ମିଳିଥିବା ତଥ୍ୟ ଦେଖିଲେ ଆପଣଙ୍କୁ ଝଟ୍କା ଲାଗିବ ନିଶ୍ଚିତ । ଦୁର୍ଘଟଣାରେ ବର୍ଷକରେ ଗଲାଣି ୮୭ ହାତୀଙ୍କ ଜୀବନ । ୨୦୦୯-୧୦ରୁ ୨୦୧୮-୧୯, ଦଶ ବର୍ଷ ମଧ୍ୟରେ ଓଡ଼ିଶାରେ ହାତୀ ମୃତ୍ୟୁ ଚିନ୍ତା ଜନକ ସ୍ଥିତିରେ ପହଞ୍ଚିଛି । ୧୦ ବର୍ଷରେ ମୋଟ୍ ୭୩୨ ଦନ୍ତାଙ୍କ ଜୀବନ ଯାଇଛି । ରେଳ ଦୁର୍ଘଟଣାରେ ୧୭ ହାତୀଙ୍କ ଜୀବନ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ୨୪ଟି ହାତୀ ପ୍ରାଣ ହରାଇଛନ୍ତି । ତେବେ ଏଠି ପ୍ରଶ୍ନ, କେଉଁଠି ରହୁଛି ଭୁଲ୍ । ହାତୀ ସଂରକ୍ଷଣ ନେଇ ପ୍ରସ୍ତୁତ ହୋଇଥିବା ଗାଇଡ ଲାଇନ ପାଳନ ହେଉନି କାହିଁକି । ହାତୀକୁ ସୁରକ୍ଷା ଦେବାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବାଟବଣା ହୋଇଛି ।