ଉଦିତ୍ ନାରାୟଣଙ୍କ ସହ ଗୀତ ଗାଇଲେ ରାନୁ ମଣ୍ଡଳ, ଭାଇରାଲ ହେଉଛି ନୂଆ ଭିଡିଓ
ଇଣ୍ଟରନେଟ୍ ସେନ୍ସେସନ୍ ରାନୁ ମଣ୍ଡଳ ମାତ୍ର ଗୋଟିଏ ଗୀତରେ ସମସ୍ତଙ୍କୁ ଦିଓ୍ଵାନା କରିଦେଇଛନ୍ତି। ଷ୍ଟେସନ୍ରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କୁ ମାତ୍ର ଗୋଟିଏ ଗୀତ ରାତାରାତି ଷ୍ଟାର କରିଦେଇଥିଲା। ତେବେ ଖୁବ୍ଶୀଘ୍ର ରାନୁଙ୍କର ଆଉ ଏକ ଗୀତ‘‘କହ ରହି ହେ ନଜଦିକିଆଁ’’ରିଲିଜ୍ ହେବାକୁ ଯାଉଛି। ଏହି ଗୀତରେ ରାନୁଙ୍କ ସହ ବଲିଉଡର ଲୋକପ୍ରିୟ ଗାୟକ ଉଦିତ୍ ନାରାୟଣ ଏବଂ ହିମେଶ ରେଶମିଆ ମଧ୍ୟ କଣ୍ଠଦାନ କରିଛନ୍ତି।
ଦେଖନ୍ତୁ ଭିଡିଓ:
ରାନୁମଣ୍ଡଳଙ୍କୁ ବ୍ରେକ୍ ଦେଇଥିବା ହିମେଶ ରେଶମିଆ ନିକଟରେ ନିଜ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ‘‘କହ ରହି ହେ ନଜଦିକିଆଁ’ ’ଗୀତର ରେକର୍ଡିଂ ଭିଡିଓ ସେୟାର କରିଛନ୍ତି। ଏହି ଗୀତରେ ରାନୁ ମଣ୍ଡଳଙ୍କ ସହ ଉଦିତ୍ ନାରାୟଣ ମଧ୍ୟ ରେକର୍ଡିଂ କରୁଥିବା ଦେଖିବାକୁ ମିଳିଛି।
ଏହାସହ ପଢ଼ନ୍ତୁ: ରଣବୀରଙ୍କ ଜନ୍ମଦିନରେ ଏଭଳି ନିଆରା ଅନ୍ଦାଜ୍ରେ ଶୁଭେଚ୍ଛା ଜଣାଇଲେ ଆଲିଆ
ଫିଲ୍ମ ହାପି ଆଣ୍ଡ ହାର୍ଡିର ଏହି ଗୀତ ‘‘କହ ରହି ହେ ନଜଦିକିଆଁ’’ ଏକ କ୍ଲାସିକାଲ ରୋମାଣ୍ଟିକ ଗୀତ। ଏହି ମାତ୍ର କିଛି ସେକେଣ୍ଡର ଭିଡିଓ ଦେଖି ଫ୍ୟାନ୍ମାନେ ପୂରା ଗୀତ ଶୁଣିବାକୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି। ପୂର୍ବରୁ ରାନୁମଣ୍ଡଳଙ୍କ ତେରି ମେରି କାହାନୀକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି।