Below header

ଯାଜପୁର: ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରୁ ୯ ଦଲାଲକୁ ଗିରଫ କଲା ପୋଲିସ

ଯାଜପୁର(କେନ୍ୟଜ୍): ଦଲାଲ ମୁକ୍ତ ହେବ ଆରଟିଓ କାର୍ଯ୍ୟାଳୟ। କୌଣସି ପରିସ୍ଥିତିରେ ପରିବହନ କାର୍ଯ୍ୟାଳୟରେ ଦଲାଲଙ୍କୁ ବରଦାସ୍ତ କରାଯିବ ନାହିଁ। ଦଲାଲଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ଆକ୍ସନ ମୁଡରେ ଯାଜପୁର ପୋଲିସ। ଆଜି ଜିଲ୍ଲାର ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମେତ ଵିଭିନ୍ନ ସ୍ଥାନରୁ ୯ଜଣ ଦଲାଲଙ୍କୁ ଉଠାଇ ନେଇଥିଲା ପୋଲିସ। ଖୋଦ ଏସପି ଚରଣ ସିଂ ମୀନା ଏହି ଚଢ଼ାଉର ନେତୃତ୍ୱ ନେଇଥିଲେ। ଏହି ଚଢ଼ାଉରେ ବଡ଼ଚଣା, ଧର୍ମଶାଳା ଓ ଜେନାପୁର ଥାନା ଅଧିକାରୀ ପ୍ରମୁଖ ସାମିଲ ଥିଲେ। ପଚରାଉଚରା କରିବା ପରେ ଏମାନଙ୍କୁ ଗିରଫ କରାଯାଇଥିବା ଏସପି ସୂଚନା ଦେଇଛି। ଗିରଫ ଦଲାଲଙ୍କ ମଧ୍ୟରେ ବଡ଼ଚଣା ଥାନା ରାଧାଦେଇପୁର ଗ୍ରାମର ସୂର୍ଯ୍ୟକାନ୍ତ ପରିଡା, ଶ୍ରୀଧର ବେହେରା, ସୁଙ୍ଗୁଡ଼ା ଗ୍ରାମର ମନୋରଞ୍ଜନ ନାୟକ, ନିଶିମଳା ଗ୍ରାମର ଅସିତ କୁମାର ଜେନା, ବଡ଼ଚଣାର ସମୀର ନାୟକ, ନିଳାମ୍ବରପୁର ଗ୍ରାମର ଜ୍ୟୋତିରଞ୍ଜନ ଲେଙ୍କା ପ୍ରମୁଖ ରହିଛନ୍ତି। ଏମାନଙ୍କ ବିରୁଦ୍ଧରେ ୪୧୭/୪୧୯/୪୨୦/୧୨୦ବି/୩୪ ଆଇପିସି ଧାରାରେ ମାମଲା ରୁଜୁ କରାଯିବା ସହ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଗତକାଲି ମଧ୍ୟ ଆରଟିଓ ଓ ମେଡିକାଲ କାର୍ଯ୍ୟାଳୟରେ ଲିପ୍ତ ଥିବା ୩ଜଣ ଦଲାଲଙ୍କୁ ଗିରଫ କରିଥିଲା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.