Below header

ଅଫିସ୍‌ ପାଇଁ ଆପଣାନ୍ତୁ ଏହି ୫ଟି ମେକ୍‌ଅପ୍‌ ଟିପ୍ସ, ସାରାଦିନ ଲାଗିବେ ଫ୍ରେସ୍‌ ଓ ସୁନ୍ଦର

କର୍ମଜୀବୀ ମହିଳାମାନେ ଘର, ପରିବାର, ଅଫିସ୍‌ ଟେନ୍‌ସନ୍‌ରେ ରହି ନିଜକୁ ପର୍ଯ୍ୟାପ୍ତ ସମୟ ଦେଇପାରନ୍ତି ନାହିଁ। ଏଣୁ ସେମାନେ ନିଜ ତ୍ୱଚା ଓ କେଶର ଯତ୍ନ ସଠିକ ଯତ୍ନ ନେଇପାରିନଥାନ୍ତି। ଏମିତିକି ଅଫିସ ଯିବା ବେଳେ ମଧ୍ୟ ଠିକ୍‌ଭାବେ ମେକଅପ୍‌ କରିପାରିନଥାନ୍ତି। କେବଳ ବଡି ଲୋସନ୍‌ ଲଗାଇ ଓ ମୁଣ୍ଡକୁ ସାଧାସିଧା ଭାବେ କୁଣ୍ଡାଇ ଦେଇ ସେମାନେ ଅଫିସ୍‌କୁ ଚାଲିଯାଇଥାନ୍ତି। ସମୟ ହେଲେ ବାଥ୍‌ରୁମ୍‌ରେ ବେଳେ ବେଳେ ମେକଅପ୍‌ ନେଇଥାନ୍ତି। ତେବେ କେତେକ ସହଜ ମେକ୍‌ଅପ୍‌ ଟିପ୍ସ ଦ୍ୱାରା ଆପଣ କମ୍‌ ସମୟରେ ନିଜକୁ ସଜାଇପାରିବେ। ଆସନ୍ତୁ ଜାଣିବା ସହଜରେ ଅଫିସ ପାଇଁ ରେଡି ହେବା ଟିପ୍ସ:

୧.ଋତୁ ଅନୁସାରେ କରନ୍ତୁ ମେକ୍‌ଅପ୍‌:

ମେକ୍‌ଅପ୍‌ ସବୁବେଳେ ଋତୁ ଅନୁସାରେ କରିବା ଉଚିତ୍‌। ସ୍କିନ୍‌ରେ ଗ୍ଲୋ ମଶ୍ଚରାଇଜର ଲଗାନ୍ତୁ। ଏଥିସହ ସ୍କିନ୍‌ଟୋନ୍‌ ହିସାବରେ ଫାଉଣ୍ଡେସନ୍‌ ବ୍ୟବହାର କରନ୍ତୁ। ଆଦୌ କ୍ରିମି ଫାଉଣ୍ଡେସନ୍‌ ବ୍ୟବହାର କରନ୍ତୁ ନାହିଁ।

୨.ନ୍ୟାଚୁରାଲ ମେକ୍‌ଅପ୍‌ କରନ୍ତୁ:

ଦିନରେ କେବେ ମଧ୍ୟ ଅଧିକା ମେକଅପ୍‌ କରନ୍ତୁ ନାହିଁ। ମେକ୍‌ଅପ୍‌ ଯେତେ ସିମ୍ପଲ ରହିବ ଆପଣଙ୍କୁ ସେତିକି ଆରାମ ଲାଗିବ। ଅଫିସ୍‌ରେ କାମ କରୁଥିବା ମହିଳା ସାଦାସିଧା ମେକ୍‌ଅପ୍‌ କରିବା ଉଚିତ। ନଚେତ୍‌ ସହକର୍ମୀମାନେ ଚିନ୍ତା କରିବେ ଆପଣ କାମରେ କମ୍‌ ମେକ୍‌ଅପ୍‌ରେ ଅଧିକ ଧ୍ୟାନ ଦେଉଛନ୍ତି। ଅଫିସ୍‌ ଗେଟ୍‌ଅପ୍‌ ଯେତେ ନ୍ୟାଚୁରାଲ୍‌ ହେବ ସେତେ ଭଲ।

୩.ଆଖି ମେକ୍‌ଅପ୍‌ ଉପରେ ଦିଅନ୍ତୁ ଅଧିକ ଧ୍ୟାନ:

ଆଖିରେ ହାଲ୍‌କା କଳା ଲଗାଇବା ପରେ ଆଇଲାଇନର୍‌ ଲଗାନ୍ତୁ। ଆଇଲାଇନର୍‌ ଆପଣଙ୍କ ଲୁକ୍‌କୁ ଅଧିକ ଆକର୍ଷଣୀୟ କରାଇଥାଏ। ଆଖିପତାରେ ଅଧିକ ମସ୍କାରା ଲଗାନ୍ତୁ ନାହିଁ। ଦିନରେ ଡାର୍କ କଲରର ସେଡ୍‌ ଆଦୌ ବ୍ୟବହାର କରନ୍ତୁ ନାହିଁ। ଯଦି ସେଡ୍‌ ଲଗାଇବା ପସନ୍ଦ ତେବେ କୌଣସି ନ୍ୟାଚୁରାଲ କଲରର ଲଗାନ୍ତୁ।

୪.ଲିପଷ୍ଟିକ୍‌ ରଙ୍ଗ ବାଛିବା ବେଳେ ଧ୍ୟାନ ରଖନ୍ତୁ:

ଯେତେ ଭଲ ମେକ୍‌ଅପ୍‌ ନେଇଥିଲେ ମଧ୍ୟ ଯଦି ଆପଣ ଭୁଲ ରଙ୍ଗର ଲିପଷ୍ଟିକ୍‌ ବ୍ୟବହାର କରୁଛନ୍ତି ତେବେ ମେକ୍‌ଅପ୍‌ ନଷ୍ଟ ହେବା ସୁନିଶ୍ଚିତ। ତେଣୁ ସବୁବେଳ ଲିପଷ୍ଟିକ୍‌ ବାଛିବା ବେଳେ ଧ୍ୟାନ ଦିଅନ୍ତୁ। ଅଫିସକୁ ଆଦୌ ଡାର୍କ କଲରର ଲିପଷ୍ଟିକ୍‌ ଲଗାଇ ଯାଆନ୍ତୁ ନାହିଁ। ଲିପ୍‌ କଲରର କିମ୍ବା ସିମରି କଲରର ଲିପଷ୍ଟିକ୍‌ ଅଫିସ ଗେଟ୍‌ଅପ୍‌କୁ ମ୍ୟାଚ୍‌ କରେ। ନିଜକୁ ଫର୍ମାଲ ଲୁକ୍‌ ଦେବାକୁ ଚାହୁଁଥିଲେ ଗ୍ଲସି ଲିପଷ୍ଟିକ୍‌ ବ୍ୟବହାର କରନ୍ତୁ।

ଏହାସହ ପଢନ୍ତୁ: ଅଧିକ ସମୟ ମେକ୍‌ଅପ୍‌ ରଖିବାକୁ ଚାହୁଁଥିଲେ ଟ୍ରାଏ କରନ୍ତୁ ଏହି ଟିପ୍ସ୍‌

୫.ହାଲ୍‌କା ରଙ୍ଗର ବ୍ଲଶ୍‌ ଲଗାନ୍ତୁ:

ଅଫିସ୍‌ ପାଇଁ ସବୁବେଳେ ହାଲ୍‌କା ରଙ୍ଗର ବ୍ଲଶ୍‌ ବ୍ୟବହାର କରିବା ଉଚିତ। ଲାଲ୍‌ କିମ୍ବା ଗୋଲାପୀ ରଙ୍ଗର ବ୍ଳଶ୍‌ ଆପଣଙ୍କ ଅଫିସ୍‌ ଗେଟ୍‌ଅପକୁ ନଷ୍ଟ କରିପାରେ। ମେକ୍‌ଅପ୍‌ କରିବା ପୂର୍ବରୁ ମୁହଁକୁ ଭଲ ଭାବେ ପରିଷ୍କାର କରି ଧୋଇଦିଅନ୍ତୁ। ପ୍ରଥମେ ଟୋନର ଲଗାଇବା ପରେ ମେକ୍‌ଅପ୍‌ କଲେ ଏହା ବ୍ୟାପି ନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.