Below header

ପିଲା ଆଉ କଳାପଟ୍ଟାରେ ନୁହେଁ LED ସ୍କ୍ରିନରେ ପଢୁଛନ୍ତି ପାଠ, ଆହୁରି ସ୍ମାର୍ଟ ହେବା ପାଇଁ ଗୁରୁଙ୍କୁ ଦିଆଯାଉଛି ତାଲିମ୍

ହିଞ୍ଜିଳିକାଟୁ(କେନ୍ୟୁଜ୍‌): ସରକାରୀ ସ୍କୁଲର ପିଲାଙ୍କୁ ଘରେ ସ୍କୁଲର ସୁବିଧା ଯୋଗାଇ ଦେବା ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ 5T ଯୋଜନା ରେ ବିଦ୍ୟାଳୟର କରାଯାଇଛି କଳେବର। ପିଲାଙ୍କୁ ଆଉ କଳା ପଟ୍ଟା ରେ ପାଠ ନପଢାଇ LED ସ୍କ୍ରିନ ମାଧ୍ୟମ ରେ ପାଠ ପଢା ଆରମ୍ଭ ହୋଇଛି।ତେବେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ନୂତନ ଟେକ୍ନୋଲଜିର ବ୍ଯବହାର ଜାଣିନାହାନ୍ତି। ପିଲାଙ୍କୁ ସ୍ମାର୍ଟ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସ୍ମାର୍ଟ ହେବା ଆବଶ୍ଯକ।ଏଥି ପାଇଁ ହିଞ୍ଜିଳିକାଟୁ ଠାରେ ସ୍ମାର୍ଟ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଛି।

ଘରେ଼ାଇ ସ୍କୁଲର ଛାତ୍ରଛାତ୍ରୀଙ୍କ ସରକାରୀ ସ୍କୁଲ ମୁହାଁ କରିବା ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ଗତ ବର୍ଷ ଅଗଷ୍ଟ ମାସରେ
ଗଞ୍ଜାମ ଜିଲ୍ଲା ରେ 5T ଯୋଜନା ରେ ଆରମ୍ଭ ହୋଇଥିଲା ସ୍କୁଲ ରୂପାନ୍ତରିତ କାର୍ଯ୍ଯକ୍ରମ। ପ୍ରଥମ ପର୍ଯ୍ଯାୟରେ ମୁଖ୍ଯମନ୍ତ୍ରୀଙ୍କ ହିଞ୍ଜିଳି ର୍ନିବାଚନ ମଣ୍ଡଳୀର ଶେରଗଡ ଓ ହିଞ୍ଜିଳିକାଟୁ ବ୍ଳକର ୫୦ଟି ବିଦ୍ୟାଳୟର ରୂପାନ୍ତକରଣ କରାଯିବ ସହ ରାଜ୍ଯର ସମସ୍ତ ବିଧାୟକ ଓ ସାଂସଦ ହିଞ୍ଜିଳି ଗସ୍ତ କରି ସ୍କୁଲ ବୁଲି ଦେଖିଥିଲେ। ନୂତନ ଟେକ୍ନୋଲୋଜି ରେ ପାଠ ପଢ଼ାଇବା ଆରମ୍ଭ ହୋଇଥିବା ବ୍ଯବସ୍ଥା ସମ୍ପର୍କ ୟରେ ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଜାଣିନଥିବାରୁ ପିଲାଙ୍କୁ ଶିକ୍ଷା ଦାନ କରିବା ରେ ବାଧା ସୃଷ୍ଟି ହେବାରୁ ୬ମାସ ତଳେ ଆରମ୍ଭ ହୋଇଥିଲା ସ୍ମାର୍ଟ ଶିକ୍ଷକ ତାଲିମ ଶିବିର।

ଓଡିଶା ସରକାରଙ୍କ ସୂଚନା ପ୍ରଯୁକ୍ତି (ଆଇଟି) ବିଭାଗ ଅଧିନସ୍ଥ ଓଡିଶା ନଲେଜ କର୍ପୋରେସନ ପକ୍ଷରୁ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲର ୧୭ ଜଣ ରିସୋର୍ସ ପର୍ସନ ସହ ଅନ୍ଯ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ସ୍ମାର୍ଟ ଶିକ୍ଷକ ତାଲିମ ପ୍ରଦାନ କରାଯାଉଛି।ପ୍ରଥମ ପର୍ଯ୍ଯାୟରେ ତାଲିମ ପ୍ରାପ୍ତ ରିସୋର୍ସ ପର୍ସନ ଶିକ୍ଷକ,ଶିକ୍ଷୟିତ୍ର ମାନେ ପରବର୍ତ୍ତୀ ସମୟରେ ଜିଲ୍ଲାର ଅନ୍ଯ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ତାଲିମ ପ୍ରଦାନ କରିବେ। ଏହା ଅନ୍ଯ ୫୦ ତାଲିମ ପ୍ରାପ୍ତ ଶିକ୍ଷକ,ଶିକ୍ଷୟତ୍ରୀ ମାନେ ନିଜ ସ୍କୁଲର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀଙ୍କୁ ତାଲିମ ପ୍ରଦାନ କରିବେ।

ଦୀର୍ଘ ୬ ମାସ ଧରି ଚାଲିଥିବା ଏହି ତାଲିମ କାର୍ଯ୍ଯକ୍ରମ ଶେଷ ହେବା ପରେ ଆଗକୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍ମାର୍ଟ କ୍ଲାସ୍‌ ରୁମ କିପରି ଶିକ୍ଷା ପ୍ରଦାନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.