ଜାଣନ୍ତୁ, ପୂରା ସପ୍ତାହ କେମିତି କଟିବ !
ମେଷ : ରବିବାର ଖୁସି ରହିବେ। ସୋମବାର ଦିନ ଘରୁ କେହି ବାହାରକୁ ଯାଉଥିବାରୁ ମନ ଦୁଃଖ ରହିବ। ମଙ୍ଗଳବାର ଓ ବୁଧବାର ମନ ପ୍ରଫୁଲ୍ଲ ରହିବ। ଗୁରୁବାର ଭଗବାନଙ୍କୁ ଆରାଧନା କରିବାରେ ମନ ଦେବେ। ଶୁକ୍ରବାର ଓ ଶନିବାର ପରିବାର ସହ ଖୁସିରେ ସମୟ କାଟିବେ।
ବୃଷ : ରବିବାର ଓ ସୋମବାର ଆର୍ଥିକ ଲାଭବାନ ହେବେ। ମଙ୍ଗଳବାର ପ୍ରତିଷ୍ଠା ଲାଭ କରିବେ। ବୁଧବାର ଓ ଗୁରୁବାର କାମର ବୋଝ ଟିକେ ହାଲ୍କା ହେବ। ଶୁକ୍ରବାର ନୂତନ ନିଯୁକ୍ତି ମିଳିପାରେ। ଶନିବାର ଜଗି ରଖି ଚଳନ୍ତୁ।
ମିଥୁନ : ରବିବାର ଓ ସୋମବାର ଶରୀର ଅସୁସ୍ଥ ରହିବ। ମଙ୍ଗଳବାର ଓ ବୁଧବାର ସାବଧାନତା ଲୋଡ଼ା। ଗୁରୁବାର ଓ ଶୁକ୍ରବାର ନୂତନ ଭୂମି କିଣି ପାରନ୍ତି। ଶନିବାର ରିଷ୍ଟ ଖଣ୍ଡନ ପାଇଁ ହନୁମାନଙ୍କୁ ପୂଜା କରନ୍ତୁ।
କର୍କଟ : ରବିବାର ପରିବାର ସହ ସମୟ କାଟିବେ। ସୋମବାର ଓ ମଙ୍ଗଳବାର କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ବୁଧବାର ଓ ଗୁରୁବାର ଅଫିସରେ କାମ ବୋଝ ବଢ଼ିବ। ଏଥିସହ ଘରେ ମଧ୍ୟ ଅସନ୍ତୋଷ ଦେଖା ଦେଇପାରେ। ଶୁକ୍ରବାର ଓ ଶନିବାର ବାହାରକୁ ଯାତ୍ରା କରିପାରନ୍ତି।
ସିଂହ : ରବିବାର ଓ ସୋମବାର ପରିବାର ଓ ପିଲାଙ୍କ ସହ ବାହାରକୁ ବୁଲିବାକୁ ଯିବେ। ମଙ୍ଗଳବାର ଓ ବୁଧବାର ଆୟ ବଢ଼ିବ। ଗୁରୁବାର ମହାଲକ୍ଷ୍ମୀଙ୍କ ନାଁ ଜପନ୍ତୁ। ଶୁକ୍ରବାର ଓ ଶନିବାର ନୂତନ ନିଯୁକ୍ତି ମିଳିପାରେ।
କନ୍ୟା : ରବିବାର ଖୁସିରେ କଟିବ। ସୋମବାର କାର୍ଯ୍ୟ ବ୍ୟସ୍ତ ରହିବେ। ମଙ୍ଗଳବାର ଓ ବୁଧବାର ପରିବାର ସହ ଭଲରେ ସମୟ ବିତିବ। ଗୁରୁବାର ଓ ଶୁକ୍ରବାର ବନ୍ଧୁ ମିଳନ ଯୋଗ ରହିଛି। ଶନିବାର ଘରକୁ ଅତିଥିଙ୍କ ଆଗମନ ହେବ।
ତୁଳା : ରବିବାର ଓ ସୋମବାର ପରିବାର ସହ ଖୁସିରେ ସମୟ କଟିବ। ମଙ୍ଗଳବାର ଓ ବୁଧବାର ନୂଆ ଦ୍ରବ୍ୟ କ୍ରୟ କରିପାରନ୍ତି। ଗୁରୁବାର ଟିକେ ଜଗି ରଖି ଚଳନ୍ତୁ। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ।
ବିଛା : ରବିବାର ଓ ସୋମବାର ପାରିବାରିକ ଶାନ୍ତି ପାଇବେ। ମଙ୍ଗଳବାର ଓ ବୁଧବାର ଦ୍ରବ୍ୟ ଲାଭ ହେବ। ଗୁରୁବାର ଓ ଶୁକ୍ରବାର ଶତ୍ରୁକୁ ପରାସ୍ତ କରିବେ। ଶନିବାର ଦିନ ନୂଆ ଜିନିଷ କିଣିବେ।
ଧନୁ : ରବି ଓ ସୋମବାର ଖୁସିରେ ସମୟ କଟିବ। ମଙ୍ଗଳବାର ଓ ବୁଧବାର ଅଫିସରେ ବ୍ୟସ୍ତ ରହିବେ। ଗୁରୁବାର ଲକ୍ଷ୍ମୀଙ୍କ ପୂଜାରେ ମନ ନିବେଶ କରିବେ। ଶୁକ୍ରବାର ଓ ଶନିବାର ଦୂର ଯାତ୍ରା କରିବେ।
ମକର : ରବିବାର, ସୋମବାର ଓ ମଙ୍ଗଳବାର ଧନ ପ୍ରାପ୍ତି ହେବ। ବୁଧବାର ବିଶ୍ରାମ ନେବେ। ଗୁରୁବାର ଦିନ ଦୂର ଯାତ୍ରା ଯୋଗ ଅଛି। ଶୁକ୍ରବାର ଓ ଶନିବାର ପରିବାର ସହ ଖୁସିରେ ସମୟ କାଟିବେ।
କୁମ୍ଭ : ରବିବାର ଓ ସୋମବାର କାର୍ଯ୍ୟ ବ୍ୟସ୍ତ ରହିବେ। ମଙ୍ଗଳବାର ପ୍ରିୟ ଜନଙ୍କ ସହ ଦୂର ଯାତ୍ରା କରିବେ। ବୁଧବାର ନୂଆ ସମ୍ଭାବନା ଆସିବ। ଗୁରୁବାର ଯାତାୟାତ କରିବେ। ଶୁକ୍ରବାର ଓ ଶନିବାର ପରିବାର ସହ ସମୟ କାଟିବେ। ରବିବାର ନୂଆ କାମ ହାତକୁ ନେବେ।
ମୀନ : ରବିବାର ମନ ପ୍ରଫୁଲ୍ଲ ରହିବ। ସୋମବାର ନୂଆ କାମ ହାତକୁ ନେବେ। ଆୟ ବଢ଼ିବ। ମଙ୍ଗଳବାର କାର୍ଯ୍ୟସିଦ୍ଧି ହେବ। ବୁଧବାର ଧର୍ମ କାମରେ ମନ ଦେବେ। ଗୁରୁବାର କିଛି ନୂଆ କାମ ହାତକୁ ନେଇ ପାରନ୍ତି। ଶୁକ୍ରବାର ଓ ଶନିବାର ବାଣିଜ୍ୟ, ବ୍ୟବସାୟରେ ସଫଳତା ପାଇବେ।