୧୨ ବର୍ଷର ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ, ଅଲଗା ହେଲେ ପପ୍‌ଷ୍ଟାର ଶକିରା ଏବଂ ପିକେ

କୋଲମ୍ବିଆ ପପ୍ ଷ୍ଟାର ଗାୟିକା ଶକିରା ଏବଂ ତାଙ୍କ ପୁରୁଷ ବନ୍ଧୁ ଲୋକପ୍ରିୟ ଫୁଟବଲ୍ ଖେଳାଳି ଜେରାର୍ଡ ପିକେଙ୍କଠାରୁ ଅଲଗା ହୋଇଛନ୍ତି । ଦୀର୍ଘ ୧୨ ବର୍ଷ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଛନ୍ତି। ୪୫ ବର୍ଷୀୟ ଶକିରା ବିଶ୍ଵ ସଙ୍ଗୀତ ଜଗତରେ ଜଣେ ଚର୍ଚ୍ଚିତ ନାମ। ହିପ୍ସ ଡୋଣ୍ଟ ଲାଇ ଏବଂ ଓ୍ଵାକା ଓ୍ଵାକା ତାଙ୍କ ଚର୍ଚ୍ଚିତ ଗୀତ।

ଉଭୟ ମିଳିତ ବୟାନରେ କହିଛନ୍ତି, ଆମକୁ ଏହା ଜଣାଇବାରେ ଦୁଃଖ ଲାଗୁଛି ଯେ ଆମେ ଅଲଗା ହେଉଛି। ଏମିତି ନିଷ୍ପତ୍ତି ନିଜ ପିଲାଙ୍କ ପାଇଁ ନେଉଥିବା ଉଭୟ କହିଛନ୍ତି। ଆମ ବ୍ୟକ୍ତିଗତ ନିଷ୍ପତ୍ତିକୁ ସମ୍ମାନ କରାଯାଉ। ରିପୋର୍ଟ ଅନୁଯାୟୀ, ପିକେ ଅନ୍ୟ କୌଣସି ମହିଳାଙ୍କ ପ୍ରେମ ସଂପର୍କରେ ରହିଛନ୍ତି। ଏହା ପରେ ହିଁ ଦମ୍ପତି ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

ଶକିରା ଏବଂ ପିକେ ହଲିଉଡର ସବୁଠୁ ଚର୍ଚ୍ଚିତ ଦମ୍ପତି । ଦୁହେଁ ଦକ୍ଷିଣ ଆଫ୍ରିକାରେ ୨୦୧୦ ବିଶ୍ଵକପ ପରଠୁ ସଂପର୍କରେ ଆସିଥିଲେ। ସେହି ସମୟରେ ଫୁଟବଲ ବିଶ୍ଵ କପର ଥିମ ସଙ୍ଗ ଓ୍ଵାକା ଓ୍ଵାକାରେ ଦୁହେଁ ଏକାଠି ନଜର ଆସିଥିଲେ।

 

View this post on Instagram

 

A post shared by Shakira (@shakira)

୩୫ ବର୍ଷୀୟ ପିକେ ସ୍ପେନ ବ୍ୟତୀତ ଦିଗଜ କ୍ଲବ ବାର୍ସିଲୋନାରେ ମଧ୍ୟ ଖେଳିଛନ୍ତି। ପିକେ ସ୍ପେନରୁ ଖେଳି ୨୦୧୦ ବିଶ୍ଵ କପ ଏବଂ ୨୦୧୨ ୟୁରୋପୀୟ ଚାମ୍ପିଅନସିପ ଜିତିଥିଲେ। ଏହା ବ୍ୟତୀତ ସେ କ୍ଲବ ବାର୍ସିଲୋନା ସହିତ ତିନି ଥର ଚାମ୍ପିଅନ୍ସ ଲିଗ ଟାଇଟଲ୍ ଜିତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.