Below header

ଶିଶୁ ସୁରକ୍ଷା କମିଟିର ସଦସ୍ୟଙ୍କୁ ପିିଟିପିଟି ହତ୍ୟା, ଘରେ ପଶି ମାରିଦେଲେ ଦୁର୍ବୃତ୍ତ

ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ନୀଳକଣ୍ଠ ନଗରରେ ହତ୍ୟାକାଣ୍ଡ। ଘରେ ପଶି ମାରିଦେଲେ ଦୁର୍ବୃତ୍ତ । ମୃତକ ହେଲେ ସୌଦାମିନୀ ରଥ ।

ବ୍ରହ୍ମପୁର (କେନ୍ୟୁଜ): ମହିଳାଙ୍କୁ ହତ୍ୟା ଅଭିଯୋଗ । ଘରେ ପଶି ମାରିଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ନୀଳକଣ୍ଠ ନଗରରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସୌଦାମିନୀ ରଥ । ସେ ଶିଶୁ ସୁରକ୍ଷା କମିଟିର ଜଣେ ସଦସ୍ୟ।

ଗତକାଲି ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘରେ ଏକୁଟିଆ ଥିଲେ ସୌଦାମିନୀ । କାହା ସହ ମୋବାଇଲରେ କଥା ହେଉଥିବା ବେଳେ ଦୁବୃର୍ତ୍ତଙ୍କ ଆକ୍ରମଣରେ ତାଙ୍କର ମୃତ୍ୟୁ ଅଭିଯୋଗ ହୋଇଛି । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ? ଅଧିକ ଖୋଳତାଡ କରୁଛି ଗୋଷାଣୀ ନୂଆଗାଁ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.