ଭାରତର ଦମଦାର ବିଜୟ, ଆଫଗାନିସ୍ତାନକୁ ୮ ୱିକେଟରେ କଲା ପରାସ୍ତ

ବୋଲିଂରେ ଘାଇଲା କଲେ ଯଶପ୍ରୀତ ବୁମରାହ । ବ୍ୟାଟିଂରେ ପ୍ରହାର କଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ସହଜ ହେଲା ଆଫଗାନିସ୍ତାନ ବିପକ୍ଷରେ ଭାରତର ବିଜୟ । ବିଶ୍ବକପରେ ଜାରି ରହିଛି ଟିମ୍ ଇଣ୍ଡିଆର ବିଜୟ ଅଭିଯାନ । ଦିଲ୍ଲୀରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି ମେନ୍ ଇନ୍ ବ୍ଲୁ ।

ବୋଲିଂରେ ଘାଇଲା କଲେ ଯଶପ୍ରୀତ ବୁମରାହ । ବ୍ୟାଟିଂରେ ପ୍ରହାର କଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ସହଜ ହେଲା ଆଫଗାନିସ୍ତାନ ବିପକ୍ଷରେ ଭାରତର ବିଜୟ । ବିଶ୍ବକପରେ ଜାରି ରହିଛି ଟିମ୍ ଇଣ୍ଡିଆର ବିଜୟ ଅଭିଯାନ । ଦିଲ୍ଲୀରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି ମେନ୍ ଇନ୍ ବ୍ଲୁ । ୨୭୩ ରନ୍ ଟାର୍ଗେଟକୁ ୯୦ ବଲ୍ ବାକି ଥାଇ ହାସଲ କରି ନେଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଖାତା ଖୋଲି ପାରି ନଥିବା ରୋହିତ ଆଫଗାନିସ୍ତାନ ବିପକ୍ଷରେ କରିଥିଲେ ଧୂଆଁଧାର ଶତକ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ମାତ୍ର ୬୩ବଲରେ ସେଞ୍ଚୁରୀ ମାରିଥିଲେ ରୋହିତ । ୮୪ ବଲରେ ସେ କରିଥିଲେ ୧୩୧ ରନ୍ । ଏଥିରେ ରହିଥିଲା ୧୬ଟି ଚୌକା ଓ ୫ ଛକା । ଇଶାନ କିଷାନ କରିଥିଲେ ୪୭ ରନ୍ । ବିରାଟ କୋହଲି ଅପରାଜିତ ୫୫ ଓ ଶ୍ରେୟସ ଆୟାର ୨୫ ରନ୍ କରି ଦଳକୁ ବିଜୟୀ କରାଇଥିଲେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଆଫଗାନିସ୍ତାନ । ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୭୨ ରନ କରିଥିଲା । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ଚତୁର୍ଥ ୱିକେଟ ଯୋଡ଼ି ଭଲ ଖେଳଥିଲେ । ଚତୁର୍ଥ ୱିକେଟରେ ଅଧିନାୟକ ହାସମତୁଲା ସାହିଦି ଓ ଅଜମତୁଲ୍ଲା ଓମାରଜାଇ ୧୨୧ ରନ ପାର୍ଟନରସିପ୍ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ । ହାସମତୁଲା ୮୦ ଓ ଅଜମତୁଲ୍ଲା କରିଥିଲେ ୬୨ ରନ୍ । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ସର୍ବାଧିକ ୪, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ସାର୍ଦ୍ଦୁଳ ଠାକୁର ଓ କୁଲଦୀପ ଯାଦବ ନେଇଥିଲେ ଗୋଟିଏ ଲେଖାଏ ୱିକେଟ । ଆସନ୍ତା ୧୪ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.