ଜଳୁଛି ଉପକୂଳରୁ ଉପାନ୍ତ : ଆହୁରି ୫ ଦିନ ଜଳାଇବ, ଚିନ୍ତାରେ ରାଜ୍ୟବାସୀ

ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା। ଲାଗାତାର ୫ ଦିନ ହେଲା ବର୍ଷାର ଦେଖାନାହିଁ। ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ୩୬ ଡିଗ୍ରୀ ଉପରେ ୭ ସହରର ତାପମାତ୍ରା ରେକର୍ଡ କରାଯାଇଥିଲା।

ଭୁବନେଶ୍ୱର (କେନ୍ୟୁଜ): ଆହୁରି ୫ ଦିନ ଜଳାଇବ। ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା। ଜଳୁଛି ଉପକୂଳରୁ ଉପାନ୍ତ। ସବୁଠି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଲାଗାତାର ୫ ଦିନ ହେଲା ବର୍ଷାର ଦେଖାନାହିଁ। ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ୩୬ ଡିଗ୍ରୀ ଉପରେ ୭ ସହରର ତାପମାତ୍ରା ରେକର୍ଡ କରାଯାଇଥିଲା। ଆଗାମୀ ୫ ଦିନ ଏଭଳି ପାଗ ଲାଗିରହିବ ।

ରାଜ୍ଯର ଅଧିକାଂଶ ସ୍ଥାନରେ ଆକାଶ ମେଘମୁକ୍ତ ରହିଛି। ଆକାଶ ନିର୍ମଳ ଥିବାରୁ ବହୁ ସ୍ଥାନର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ଅଧିକ ରହିଛି। ରାତି ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ଗୋଟିଏ ଦୁଇ ଡିଗ୍ରୀ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପଟେ ରାଜ୍ୟରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି । ଦିନେ ଦୁଇ ଦିନରେ ରାଜ୍ୟର କିଛି କିଛି ସ୍ଥାନରୁ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.