ବିକାଶ ପଥରେ ମାଲକାନଗିରି ଜିଲ୍ଲା, ଆଜି ବଣ୍ଡାଘାଟିରୁ ’ଲକ୍ଷ୍ମୀ ବସ୍’ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଆଜିଠାରୁ ଗାଁରୁ ବ୍ଲକ ଗଡ଼ିବ ବସ୍ । ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ଆରମ୍ଭ ହେବ ବସ୍ ସେବା । ଆଜି ମାଲକାନାଗିରିର ବଣ୍ଡାଘାଟିରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ ଜିଲ୍ଲା ମାଲକାନଗିରି,ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳରେ ଆରମ୍ଭ ହେବ ବସ୍ ଚଳାଚଳ ।
ମାଲକାନାଗିରିର (କେନ୍ୟୁଜ); ଗାଁ ପାଇଁ ଲକ୍ଷ୍ମୀ। ଆଜିଠାରୁ ଗାଁରୁ ବ୍ଲକ ଗଡ଼ିବ ବସ୍ । ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ଆରମ୍ଭ ହେବ ବସ୍ ସେବା । ଆଜି ମାଲକାନାଗିରିର ବଣ୍ଡାଘାଟିରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ ଜିଲ୍ଲା ମାଲକାନଗିରି,ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳରେ ଆରମ୍ଭ ହେବ ବସ୍ ଚଳାଚଳ । ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ପରିବହନ ସେବାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ସୁରକ୍ଷା, ସୁବିଧା ଓ ସମ୍ମାନ ଏହି ତିନି ଏସକୁ ଗୁରୁତ୍ବ ଦେଇ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ଯୋଜନା
ଏଥିପାଇଁ ବେଶ୍ ଉତ୍ସାହିତ ନବରଙ୍ଗପୁର ଅଞ୍ଚଳବାସୀ। ସେହିପରି ରାୟଗଡା ଜିଲ୍ଲାର ଅନେକ ଅଞ୍ଚଳରେ ଗମନାଗମନର ରେ ମଧ୍ୟ ସ୍ଥିତିରେ ସୁଧାର ଆସିବ। ବିଶେଷ କରି ଛାତ୍ର ଛାତ୍ରୀ, ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଲକ୍ଷ୍ମୀ ଯୋଜନାରେ ଉପକୃତ ହେବେ ବୋଲି ଆଶା ରଖାଯାଇଛି। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାରେ ସାମିଲ ହୋଇଛି ମାଲକାନଗିରି। ଏନେଇ ଜିଲ୍ଲାବାସୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମକୁ ସଫଳ କରିବା ପ୍ରସ୍ତୁତ ପ୍ରଶାସନ। ସ୍ଥାନୀୟ ଲକ୍ଷ୍ମଣ ନାୟକ ଷ୍ଟାଡିୟମରେ ଏହି ଯୋଜନାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
ସେପଟେ ଗଜପତିରେ ଲକ୍ଷ୍ମୀ ଯୋଜନା ସାମିଲ୍ ହୋଇଥିବାରୁ ଖୁସି ଲୋକେ। ପରିବହନ ଦିଗରେ ରାଜ୍ୟସରକାରଙ୍କ ଏଭଳି ପ୍ରୟାସକୁ ସ୍ବାଗତ କରିଛନ୍ତି ଜିଲ୍ଲାବାସୀ। ଏହି ବସ୍ ସେବା ଦ୍ବାରା ଗମନାଗମନ ସହ ଆର୍ଥିକ ଭିତ୍ତିଭୂମିର ମଧ୍ୟ ବିକାଶ ହେବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।