ବିହାରର ବକ୍ସରରେ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣା: ୪ ମୃତ, ଶତାଧିକ ଆହତ
ପୁଣି ଟ୍ରେନ୍ ଟ୍ରାଜେଡୀ । ବିହାରରେ ଲାଇନଚ୍ୟୁତ ହେଲା ନର୍ଥ ଇଷ୍ଟ ଏକ୍ସପ୍ରେସ । ବକ୍ସର ଜିଲ୍ଲାର ରଘୁନାଥପୁରରେ ନର୍ଥ-ଇଷ୍ଟ- ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଲାଇନଚ୍ୟୁତ ହୋଇଛି ୨୧ଟି ବଗି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ଶତାଧିକ ।
ପାଟନା (କେନ୍ୟୁଜ): ପୁଣି ଟ୍ରେନ୍ ଟ୍ରାଜେଡୀ । ବିହାରରେ ଲାଇନଚ୍ୟୁତ ହେଲା ନର୍ଥ ଇଷ୍ଟ ଏକ୍ସପ୍ରେସ । ବକ୍ସର ଜିଲ୍ଲାର ରଘୁନାଥପୁରରେ ନର୍ଥ-ଇଷ୍ଟ- ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଲାଇନଚ୍ୟୁତ ହୋଇଛି ୨୧ଟି ବଗି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ଶତାଧିକ । ଦାନାପୁର ଡିଭିଜନର ବକ୍ସର ଆରା ମଧ୍ୟରେ ଥିବା ରଘୁନାଥପୁର ଷ୍ଟେସନ ନିକଟରେ ଟ୍ରେନର ଏକ ବଗି ସଂପୂର୍ଣ୍ଣ ଓଲଟି ପଡିଥିବା ବେଳେ ୨୧ଟି ବଗି ଲାଇନଚ୍ୟୁତ ହୋଇଛି ।
ଗତକାଲି ରାତି ୯ଟା ୩୫ ମିନିଟରେ ଏହି ମର୍ମନ୍ତୁଦ ଦୁର୍ଘଟମା ହୋଇଥିଲା । NDRF, SDRF, ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା। ଟର୍ଚ୍ଚ ଲାଇଟ୍ ମାଧ୍ୟମରେ ବଗିରେ ଫସିଥିବା ଲୋକଙ୍କୁ ବାହାର କାରାଯାଇଥିଲା। ଗତକାଲି ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ତଥାପି ରାତି ସାରା ଚାଲିଥିଲା ଉଦ୍ଧାର ଅଭିଯାନ । ଆଜି ସକାଳେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ। ସୁପରଫାଷ୍ଟ ଟ୍ରେନଟି ଦିଲ୍ଲୀର ଆନନ୍ଦବିହାରରୁ ଗୌହାଟୀର କାମାକ୍ଷା ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ଏହି ରୁଟରେ ସମସ୍ତ ରେଳ ଚଲାଚଳକୁ ବନ୍ଦ କରି ଦିଆଯାଇଛି। ନର୍ଥେନ ରେଲୱେ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ ।