Below header

ଖୁବ୍ ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା

ପୁରୀ (କେନ୍ୟୁଜ୍) : ଖୁବ୍ ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା । ଏଥିପାଇଁ ଆସନ୍ତା ରବିବାର ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରୋଷଇ କରାଯିବ । କୋଠଭୋଗରେ ହେବାକୁ ଥିବା ଏହି ପରୀକ୍ଷାମୂଳକ ରୋଷାଇରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ଚାଉଳ, ଡାଲି, କୁଡୁଆ ଇତ୍ୟାଦି ଯୋଗାଇ ଦିଆଯିବ । ସୁପାକର ମାନେ ଏହାକୁ ନେଇ ପରୀକ୍ଷାମୂଳକ ଭାବେ ରୋଷାଇ କରିବା ପରେ ଉଚିତ ଲାଭକୁ ରଖି ପ୍ରଶାସନ ମହାପ୍ରସାଦର ଦର ନିର୍ଦ୍ଧାରଣ କରିବ । ଏହାପରେ ମହାପ୍ରସାଦର ସମସ୍ତ ପ୍ରକାର ଦର ଆନନ୍ଦ ବଜାରର ବିଭିନ୍ନ ସ୍ଥାନରେ ଲଗାଯିବ । ଗୁରୁବାର ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ସୁପକାର ନିଯୋଗର ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ପରୀକ୍ଷାମୂଳକ ରୋଷେଇ ସମୟରେ ଶ୍ରୀମନ୍ଦରର ଦେଉଳ କରଣ ସୁପରଭାଇଜର ଉପସ୍ଥିତ ରହି ନିରୀକ୍ଷଣ କରିବେ ବୋଲି ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.