ଆଜି ବିଶ୍ୱ ଏଡସ ଦିବସ

ଆଜି ବିଶ୍ୱ ଏଡସ ଦିବସ । ଚଳିତ ବର୍ଷର ଥିମ୍,, KNOW YOUR STATUS । National AIDS Control Organisation, ନାକୋ ଦ୍ୱାରା ପ୍ରକାଶିତ ରିପୋର୍ଟରେ ୨୦୧୦ ତୁଳନାରେ, ରାଜ୍ୟରେ ୩୦ ପ୍ରତିଶତ ଏଚ୍ଆଇଭ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଯାହା ଜାତୀୟ ହାରଠାରୁ ଭଲ ରହିଛି । ଏହି ସମୟରେ ଭାରତରେ ୨୭ ପ୍ରତିଶତ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଓଡ଼ିଶାରେ ଏଡସ ନିୟନ୍ତ୍ରଣରେ କିଛି ସଫଳତା ମିଳିଛି । ବିଶେଷ କରି ଏଡସ ପ୍ରଭାବ ଅଧିକ ରହୁଥିବା ଜିଲ୍ଲା ଗଞ୍ଜାମରେ ଉନ୍ନତି ଆସିଛି । କିନ୍ତୁ ଭାୟବହତା କମି ନାହିଁ । ଓଡ଼ିଶାରେ ପ୍ରାୟ ୪୩ ହଜାର ଏଚ୍ଆଇଭି ଆକ୍ରାନ୍ତ । ସେଥିରୁ ୩୫ ପ୍ରତିଶତ କେବଳ ଗଞ୍ଜାମ ଜିଲ୍ଲାର ।

୨୦୦୦ରୁ ୨୦୧୮ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୧୫ ହଜାର ୩୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ କେବଳ ଗଞ୍ଜମ ବାସୀ ୧୪ ହଜାର ୬୪ । ଜିଲ୍ଲାର ପୋଲସରା ବ୍ଲକରେ ସର୍ବାଧିକ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ବ୍ଲକରେ ୧୧୬୮, ଆସିକାରେ ୧ ହଜାର ୭୫ ଏବଂ ବେଗୁନିଆପଡ଼ାରେ ୧ ହଜାର ୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୨୦୧୧ ପରଠାରୁ ପ୍ରତି ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ୨୦୧୧ରେ ଗଞ୍ଜାମ ଜିଲ୍ଲାରେ ୧୩୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଏହାପରେ ୨୦୧୫ରେ ୮୩୭, ୨୦୧୬ରେ ୭୬୧, ୨୦୧୭ରେ ୬୧୬ ଏବଂ ୨୦୧୮ ଅକ୍ଟୋବର ସୁଦ୍ଧା ଚିହ୍ନଟ ହୋଇଛନ୍ତି ୪୯୯ ଜଣ । ଗଞ୍ଜାମ ଜିଲ୍ଲାର ଏଚ୍ଆଇଭି ସଂଖ୍ୟା ଅଧିକ ରହିବାର ପ୍ରମୁଖ କାରଣ, ଦାଦନ । ସୁରତ ଭଳି ସହରକୁ ଯାଇ, ଯୁବପିଢ଼ି ସଂଯମ ରକ୍ଷା କରି ପାରୁନହାନ୍ତି । ଏଚ୍ଆଇଭି ଭୂତାଣୁ ଧରି ଘରକୁ ଫେରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୮୪୯ ଜଣଙ୍କର ଏଡ୍ସରେ ମୃତ୍ୟୁ ହୋଇଛି । ସଚେତନତା ବଢୁଛି । ରୋଗୀ ସଂଖ୍ୟା କମୁଛି । କିନ୍ତୁ ଏ ଯାଏ ଲକ୍ଷ୍ୟ ହାସଲ ହୋଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.