Below header

ହଟିଲା ଅଭିଜିତ ଆୟାର ମିତ୍ରଙ୍କ ସୁରକ୍ଷା କବଚ, ଏବେ ବାନ୍ଧିବା ପାଇଁ ପୋଲିସ ହାତ ଖୋଲା

ଭୁବନେଶ୍ବର(କେନ୍ଯୁଜ୍) : ଅଭିଜିତ ଆୟାର ମିତ୍ରଙ୍କ ସୁରକ୍ଷା କବଚ ହଟି ଯାଇଛି । ଗତକାଲି ରାତି ୧୨ଟା ପର୍ଯ୍ଯନ୍ତ ସେ ଅନ୍ତରୀଣ ସୁରକ୍ଷା ବଳୟ ମଧ୍ୟରେ ଥିଲେ । ସୁରକ୍ଷା ଅବଧି ଶେଷ ହୋଇଥିଲେ ବି ସେ ପୋଲିସ ପାଖରେ ଆତ୍ମସମର୍ପଣ କରି ନାହାନ୍ତି । ତେଣୁ ଆଜି ପୋଲିସ ତାଙ୍କ ବିରୋଧରେ କାର୍ଯ୍ଯନୁଷ୍ଠାନ ନେଇ ପାରିବ । ତାଙ୍କୁ ଗରିଫ କରି ପାରିବ ଓଡ଼ିଶା ପୋଲିସ । କୋଣାର୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ଗତ ୨୦ ତାରିଖରେ ଦିଲ୍ଲୀ ଯାଇ ଗିରଫ କରିଥିଲା ପୁରୀ ପୋଲିସ । ସାକେତ କୋର୍ଟରେ ତାଙ୍କୁ ଜାମିନ ମିଳିବା ସହ ଅକ୍ଟୋବର ୫ ତାରିଖ ପର୍ଯ୍ଯନ୍ତ ଅନ୍ତରୀଣ ସୁରକ୍ଷା ମିଳିଥିଲା । ପରେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନ ଚାଲୁଥବା ଦର୍ଶାଇ ଅଭିଜିତ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ତାଙ୍କ ସୁରକ୍ଷା ଅବଧି ଶେଷ ହୋଇଥିବାରୁ ଆଇନ୍‌ ବ୍ୟବସ୍ଥା ଅନୁସାରେ ଆଜି ଓଡ଼ିଶା ପୋଲିସ ତାଙ୍କୁ ଗିରଫ କରିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.