ଗୋଟିଏ ଦିନିରେ ତିଆରି ହେଲା ଲକ୍ଷାଧିକ ସୋଲାର ଲାଇଟ, ବିରଳ ରେକର୍ଡ ସୃଷ୍ଟି କଲେ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ

ମାଲକାନଗିରି(କେନ୍ଯୁଜ୍) : ମାଲକାନଗିରି ଜବାହାର ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କମାଲ । ଗୋଟିଏ ଦିନରେ ୧୦୦ଟି ସୋଲାର ଲାଇଟ ତିଆରି କରି କରିଛନ୍ତି ରେକର୍ଡ । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ଆଇଆଇଟି ମୁମ୍ବାଇ ଓ ଭାରତ ସରକାରଙ୍କ ନୂତନ ନବୀକରଣ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମ ବିଶ୍ବ ରେକର୍ଡ ହୋଇଛି । ମୁମ୍ବାଇରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ୫୬୦ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ଲକ୍ଷ ୨୬ ହଜାର ସୌରଚାଳିତ ଲ୍ୟାମ୍ପ ତିଆରି କରିଛନ୍ତି ।

solarଏହି ଲାଇଟ ପ୍ରସ୍ତୁତ କରି ନୂଆ ଜ୍ଞାନ କୈଶଳ ଶିଖିବା ସହ ଜଣେ ଜଣେ ସୋଲାର ଆମ୍ବାସଡର ହୋଇଛନ୍ତି । ସ୍ବର ଶକ୍ତି ବ୍ୟବହାର ନେଇ ଭାରତ ସରକାରଙ୍କ ନବିକରଣ ଶକ୍ତି ମନ୍ତ୍ରାଳୟ ଓ ଆଇଆଇଟି ମୁମ୍ବାଇରେ ସୋଲାର ଲାଇଟ ପ୍ରସ୍ତୁତି କରାଯାଉଛି । ସେପଟେ ଏହି କାର୍ଯ୍ଯକ୍ରମରେ ଭାଗ ନେଇଥିବାରୁ ଛାତ୍ରଛାତ୍ରୀ ବେଶ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.