Below header

ଦକ୍ଷତା ବିକାଶ ତାଲିମ ନେବେ ଆତ୍ମସମର୍ପଣକାରୀ ମାଓବାଦୀ

କୋରାପୁଟ(କେନ୍ଯୁଜ୍) : ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ମିଳିବ ଦକ୍ଷତା ବିକାଶ ତାଲିମ ସୁଯୋଗ । ମାସିକ ୬ହଜାର ଟଙ୍କା ଭତ୍ତା ମଧ୍ୟ ମିଳିବ । ଏବେ ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ସାମାଜିକ ସ୍ୱୀକୃତି ଦିଆଯିବା ପାଇଁ ଫ୍ରି ଆଇଟିଆଇ ଫାଉଣ୍ଡେସନ ପକ୍ଷରୁ ଉଦ୍ୟମ କରାଯାଉଛି । ଦାମନଯୋଡି ଡିପିଏସ ସ୍କୁଲର ପୂର୍ବତନ ଛାତ୍ରୀ ତଥା ଦିଲ୍ଲୀ ମଦର ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ ମିଠି ଜେଠଓ୍ଵା ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ଜୀବନ ଜୀବିକାର ଉନ୍ନତି ଓ ଦକ୍ଷତା ବୃଦ୍ଧି କାଯ୍ୟର୍କ୍ରମରେ ଏମାନଙ୍କୁ କିଭଳି ସୁଯୋଗ ମିଳିବ ସେନେଇ କୋରାପୁଟ ଏସପିଙ୍କ ସହ ମିଠି ଆଲୋଚନା କରିଛନ୍ତି ।

mithi3ମିଠି ଜେଠଓ୍ଵାଙ୍କ ଏଭଳି ପ୍ରୟାସକୁ କୋରାପୁଟ ଏସପି ପ୍ରଶଂସା କରିଛନ୍ତି । ଆଜି ମିଠି ଭୁବନେଶ୍ୱର ସରକାରୀ ଆଇଟିଆଇ ଯାଇ ଆତ୍ମସମର୍ପଣକାରୀ ମାଓବାଦୀଙ୍କ ତାଲିମ ସମ୍ପର୍କରେ ଆଲୋଚନା କରିଛନ୍ତି । ସେହିପରି ଛତିଶଗଡ ଓ ଝାଡଖଣ୍ଡ ଆଦି ମାଓ ପ୍ରଭାବିତ ରାଜ୍ୟକୁ ଯାଇ ସେ ଆତ୍ମସମର୍ପଣକାରୀ ମାଓବାଦୀଙ୍କ ଦକ୍ଷତା ବିକାଶ ନେଇ ଆଲୋଚନା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.