ଓଡ଼ିଶାରୁ ବିଦାୟ ନେଲା ମୌସୁମୀ, ଚଳିତବର୍ଷ ରାଜ୍ୟରେ ମୋଟ୍‌ ୧ ହଜାର ୨୯୩ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ବର(କେନ୍ଯୁଜ୍) : ଓଡ଼ିଶା ଛାଡ଼ିଲା ମୌସୁମୀ । ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ବିଦାୟ ନେଇଛି । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେବେ ଚଳିତବର୍ଷ ରାଜ୍ୟରେ ସ୍ୱାଭାବିକଠାରୁ ୧୧ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ମୋଟ୍‌ ୧ ହଜାର ୨୯୩ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଚଳିତବର୍ଷ ରାଜ୍ୟରେ ୧ ହଜାର ୧୬୨ ଦଶମିକ ୮ ମିଲିମିଟର ବର୍ଷା ହେବ । ଅର୍ଥାତ୍‌ ୧୧ ଦଶମିକ ୩ ପ୍ରତିଶତ ଅଧିକ । ରାଜ୍ୟର ୧୧ଟି ଜିଲ୍ଲାରେ ୧୯ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ଗତ ଜୁନ୍‌ ୮ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁଥିଲା । ଦକ୍ଷିଣ ଓଡ଼ିଶା ସମେତ ମାଲକାନଗିରି ଜିଲ୍ଲାକୁ ପ୍ରଥମେ ପ୍ରବେଶ କରିଥିଲା । ଏହାପରେ ଜୁନ୍‌ ୧୨ ତାରିଖ ସୁଦ୍ଧା ୧୩ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବରେ ଛୁଇଁଥିଲା ।  ଜୁନ୍‌ ୨୭ ତାରିଖ ପରେ ଲୁଚକାଳି ଖେଳିଥିଲା ମୌସୁମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.