ଆଜି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା

ଭୁବନେଶ୍ବର(କେନ୍ଯୁଜ୍) : ଆଜି ବସୁଛି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ । ଅପରାହ୍ଣରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବିଧାୟକ ଦଳ ନେତା କେ. ଭି. ସିଂହଦେଓଙ୍କ ସମସ୍ତ ରାଜ୍ୟ ପଦାଧିକାରୀ ଯୋଗ ଦେବେ । ଆସନ୍ତାକାଲି ଦଳର କାର୍ଯ୍ଯକାରିଣୀ ବୈଠକ ବସିବ । ଏଥିରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଶିଳ୍ପମନ୍ତ୍ରୀ ସ୍ମୁତି ଇରାନୀ ଯୋଗ ଦେବେ ବୋଲି ଜଣାପଡିଛି । ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ ସହ କାର୍ଯ୍ଯକାରିଣୀରେ ଅନେକ ରାଜନୈତିକ ପ୍ରସ୍ତାବ ପାରିତ ହେବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.