Below header

ରଙ୍ଗ ପର୍ବ ପାଲଟିଗଲା ଅଶୁଭ : ଦୁର୍ଘଟଣାରେ ଚାଲିଗଲେ ବାପା,ମାଆ ଓ ଝିଅ

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗଥାନାର ଲହଙ୍ଗା ପଡା ଠାରେ ବିଳମ୍ବିତ ରାତିରେ ବାଇକ ଦୃଘଟଣା ଘଟି ଗୋଟିଏ ପରିବାରର ଜଣେ ଶିଶୁ ମୃତ୍ୟୁ ହୋଇ ଥିବା ବେଳେ ବାପା ମା ଅନ୍ୟ ଜଣେ ଗୁରୁତର ହୋଇ ରାଉରକେଲା ରେ ଚିକିତ୍ସା ହେଉଥିବା ଜଣା ପଡିଛି। ଏମାନେ ଗୋପନାରୁ ଲହଙ୍ଗା ପଡା ଆସୁଥିବା ବେଳେ ଏକ ପୋଲରେ ଭାରସାମ୍ୟ ହରାଇ ପିଟି ହୋଇ ଥିଲେ।

ଏମାନେ ହେଲେ ବାପା ନରେଶ ମହାନ୍ତ, ମା ନନ୍ଦିନୀ ମହାନ୍ତ, ଏବଂ ଜଣେ ଆଠ ବର୍ଷ ର ଝିଅ ଗୁରୁତର ହୋଇ ଥିବା ବେଳେ ତିନି ବର୍ଷର ଝିଅ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିଲା। ଏମାନଙ୍କୁ ଧରି କିଛି ବ୍ୟକ୍ତି ଆସୁଥିବା ବେଳେ ଲହୁଣୀପଡା ଠାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝା ସୁଝା କରିବା ପରେ ଶାନ୍ତ ପଡି ଥିବା ବେଳେ ଦୁଇ ପକ୍ଷରୁ ଏକ କେଶ ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.