Below header

ହୋଲିରେ ବନାଇ ନିଜେ ପିଅନ୍ତୁ ଆଉ ପିଆନ୍ତୁ ଥଣ୍ଡା ଡ୍ରିଙ୍କସ୍‌

ଆବଶ୍ୟକ ସାମଗ୍ରୀ

  • ୧.୫ ଲିଟର ଫୁଲକ୍ରୀମ କ୍ଷୀର
  • ୧.୫ ଗିନା ଚିନି
  • ୨୦-୨୫ ବାଦାମ (ଭିଜାଇ ଚୋପା ଛଡାଇ ଦିଅନ୍ତୁ)
  • ୨୦-୨୫ ପିସ୍ତା (ଚୋପା ଛଡାଇଥିବା)
  • ୩ ବଡ ଚାମଚ ମଗଜ (ଖରଭୁଜ ମଞ୍ଜି, ଚୋପା ଛଡା ହୋଇଥିବା)
  • ୩ ବଡ ଚାମଚ ଖସଖସ୍‌
  • ୭-୮ଟି କେସର
  • ୮-୧୦ଟି ଛୋଟ ଅଳେଇଚ
  • ଏକ ବଡ ଦାନା ଡାଲଚିନି
  • ୭-୮ଟି ଗୋଲମରୀଚ ଦାନା
  • ଗୋଲାପର ସୁଖିଲା ପାଖୁଡା

ପ୍ରସ୍ତୁତି ପ୍ରଣାଳୀ

ମିଡିୟମ ଆଞ୍ଚରେ ଏକ ପ୍ୟାନରେ କ୍ଷୀର ଫୁଟାନ୍ତୁ। କ୍ଷୀର ଫୁଟିବା ସମୟରେ ବାଦାମ, ପିସ୍ତା, କାଜୁ, ମଗଚ ଏବଂ ଖସଖସକୁ ଏକା ସାଥିରେ ପେଶି ଦିଅନ୍ତୁ। ଭଲ ପେଷ୍ଟ ବନାଇବା ପାଇଁ ଆବଶ୍ୟକ ଅନୁସାରେ ଅଳ୍ପ କ୍ଷୀର ବି ମିଶାଇ ଦିଅନ୍ତୁ। ଅନ୍ୟପଟେ ଯେତେବେଳେ କ୍ଷୀର ଫୁଟିଆସିବାକୁ ଲାଗିବ ସେତେବେଳେ ଏଥିରେ କେସର ଏବଂ ଚିନି ପକାଇ ଦିଅନ୍ତୁ। ୪-୫ ମିନିଟ ପର୍ଯ୍ୟନ୍ତ ଚଲାଇ କ୍ଷୀରକୁ ଫୁଟାଇ ଦିଅନ୍ତୁ। ଏବେ ଅଳେଇଚ, ଗୋଲାପର ପାଖୁଡା, ଡାଲଚିନି ଏବଂ ଗୋଲମରୀଚକୁ ପେଶି ନିଅନ୍ତୁ। ଏହାର ଏକ ଫାଇନ୍‌ ପାଉଡର ବନାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ପେଷ୍ଟକୁ କ୍ଷୀରରେ ମିଶାଇ ଦିଅନ୍ତୁ ଏବଂ ୫ ମିନିଟ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ଗ୍ୟାସରେ ବସାଇ ଦିଅନ୍ତୁ। ମଝିରେ ମଝିରେ ଚାମଚ ସାହାଯ୍ୟରେ ଚଲାନ୍ତୁ, ଯେମିତି କ୍ଷୀର ତଳେ ଲାଗିବନି। ଯେତେବେଳେ କ୍ଷୀର ଭଲଭାବେ ଫୁଟିଯିବ ଏଥିରେ ପାଉଡର ମିଶାଇ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ। ଆଉ ଯେତେବେଳେ ଅତିଥି ମାନେ ଘରକୁ ଆସିବେ ସେତେବେଳେ ଏଥିରେ ଗୋଲାପର ପାଖୁଡା ପକାଇ ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ।
ଆପଣ ଚାହିଁଲେ ଏଥିରେ ବରଫ ପକାଇ ମଧ୍ୟ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.