ନୂଆ ସାର୍ଟ ପ୍ୟାଣ୍ଟ୍ ପିନ୍ଧି ଅତି ଆନନ୍ଦ ଉଲ୍ଲାସରେ ବୁଲି ଯାଉଥିଲେ ପୁରୀ, କିନ୍ତୁ ଖୁସି ରହିଗଲା ଅଧାରେ
ଘରୁ ବାହାରିବାବେଳେ ବେଳା ବୋଧେ ଭଲ ନଥିଲା । ସେଥିପାଇଁ ତ ଜଗା ଦର୍ଶନ ଅଧାରେ ରହିଗଲା । ରାତି ଅଧରେ ବାହାରି ଥିଲେ ସକାଳୁ ସକାଳୁ ଭୁବନେଶ୍ୱରରେ ପହଁଚି ସେଠି ବୁଲାବୁଲା ସାରି ପୁରୀ ଯାଇଥାନ୍ତେ ।
ଯାଜପୁର ଟାଉନ (କେନ୍ୟୁଜ) : ଇଏ ହେଉଛି ସେଇ ଅଟୋ, ଯେଉଁଥିରେ ଗୋଟିଏ ଗାଁର ୩ଟି ପରିବାର ନୂଆ ସାର୍ଟ ପ୍ୟାଣ୍ଟ୍ ପିନ୍ଧି ଅତି ଆନନ୍ଦ ଉଲ୍ଲାସରେ ବୁଲି ଯାଉଥିଲେ ପୁରୀ । ପୁରୀରେ ପହଁଚି କାଳିଆ ସାଆନ୍ତର ସେହି ସୁନ୍ଦର ମୁହଁଟିକୁ ଦେଖିଥାନ୍ତେ । ସମୂଦ୍ର ବେଳଭୂମିରେ ଗାଧୋଇ କେତେ ଖୁସି ମଜାମସ୍ତି କରିଥାନ୍ତେ । କିନ୍ତୁ ସମୟ କିଛି ଅଲଗା ଲେଖିଥିଲା । ଘରୁ ବାହାରିବାବେଳେ ବେଳା ବୋଧେ ଭଲ ନଥିଲା । ସେଥିପାଇଁ ତ ଜଗା ଦର୍ଶନ ଅଧାରେ ରହିଗଲା । ରାତି ଅଧରେ ବାହାରି ଥିଲେ ସକାଳୁ ସକାଳୁ ଭୁବନେଶ୍ୱରରେ ପହଁଚି ସେଠି ବୁଲାବୁଲା ସାରି ପୁରୀ ଯାଇଥାନ୍ତେ । କିନ୍ତୁ ସମୟ ପାଖାପାଖି ଭୋଟ ୪ଟା ସମୟରେ ଏମାନଙ୍କ ଅଟୋକୁ ଦୁମ ବି ପିଟିଦେଲା ଏକ ଗାଡି । ହଠାତ୍ କେହି କିଛି ଜାଣିପାରିଲେନି ଯେ କଣ ହେଲା ବୋଲି । କାହିଁକିନା କାହାର ବି ଚେତା ନଥିଲା ଆଉ ଯାହାର ସାମାନ୍ୟ ଚେତା ଥିଲା ସେ ଉଠି ଦେଖିଲେ ଯେ ରାସ୍ତା ସାରା ଛିଟକି ହୋଇ ପଡିଛି ଖାଲି କ୍ଷତ ବିକ୍ଷତ ଶରୀର । କାହାକୁ ଉଠେଇବେ କାହାକୁ କେମିତି କଣ ବଞ୍ଚାଇବେ ମୁଣ୍ଡ କାମ କରୁନଥିଲା ।
ଅତି ଖୁସିରେ ଅଟୋରେ ବସି ପୁରୀକୁ ଯାଉଥିବା ଅଟୋଟିକୁ ଧକ୍କା ଦେଲା ଏକ ଅଜଣା ଗାଡି । ୧୬ ନମ୍ବର ଜାତୀୟ ରାଜପଥରେ ଘଟିଗଲା ବଡ ଅଘଟଣ । ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋ ପମ୍ପ ନିକଟରେ ଅଟୋକୁ ଏକଦମ୍ ଚେପା କରିଦେି ଚାଲିଗଲା ଏକ ଅଜଣା ଗାଡି । ଥରେ ଭାବିଲେ ଏ ଅଟୋର ଅବସ୍ଥା ଏମିତି ତାହେଲେ ଏହା ଭିତରେ ବସିଥିବା ଲୋକମାନଙ୍କ ଅବସ୍ଥା କଣ ହେଇଥିବ । ଏତେ ବଡ ଏକ ଅଘଟଣ ଘଟିଗଲା ଯେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ପ୍ରାଣ ଛାଡିଗଲା ଆଉ ୮ ଜଣ ଗୁରୁତର ହୋଇ ରାସ୍ତାରେ ଗଡୁଥିଲେ ।
ରାତି ସମୟରେ ଏ ଦୃଶ୍ୟ ଏତେ ହୃଦୟ ବିଦାରକ ଥିଲା ଯେ କାହାର ବି ଛାତି ଫାଟି ପଡିବ ମନ ବ୍ୟଥିତ ହେଇଯିବ । ମୃତକ ହେଉଛନ୍ତି ବିଷମ କଟକ ଅଂଚଳ ର ୧୧ବର୍ଷ ବାଳକ ଶିବେନ୍ଦ୍ର ମହାପାତ୍ର ଓ ଭଦ୍ରକ ସିମୁଳିଆ ଅଞ୍ଚଳର ୨୦ ବର୍ଷୀୟ ବାଳିକା ପୂଜା ସାହୁ । ଗୁରୁତର ୮ ଜଣଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଭଦ୍ରକ ଜିଲ୍ଲାର ୩ଟି ପରିବାରର ମୋଟ ଦଶଜଣ ଏକ ଅଟୋ ଯୋଗେ ପୁରୀ ଯାଉଥିବା ସମୟ ରେ ଭୋର ୪ଟା ସମୟ ରେ ପାଣିକୋଇଲି ନିକଟ ରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ହୋଇଥିଲା ଦୁର୍ଘଟଣା। ଖବର ପାଇ ପ୍ରଥମେ ସ୍ବେଛାସେବୀ ଅନୁଷ୍ଠାନ ହେଲ୍ପିଂ ହ୍ୟାଣ୍ଡ ଗ୍ରୁପ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଦୁଇ ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଯାଜପୁର ମୂଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଜାରି ରଖିଛି।