Below header

ବାଲେଶ୍ବର ଅସ୍ତିଆ ପୋଲ ଛକ ନିକଟରେ ଭାରସାମ୍ଯ ହରାଇ ନୟନଜୋରି ଭିତରକୁ ଓଲଟିଲା କାର୍, ଜଣେ ମୃତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅସ୍ତିଆ ପୋଲ ଛକ ନିକଟରେ ଏକ ଇଣ୍ଡିକୋ କାର୍ ଭାରସାମ୍ଯ ହରାଇ ନୟନଜୋରିରେ ଓଲଟି ପଡିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ପହଁଚି ଗାଡିରୁ ଜଣଙ୍କର ମୃତଦେହକୁ ଉଦ୍ଧାର କରିଛନ୍ତି । ତେବେ ଏଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ଅନ୍ଯପଟେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ୍ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛନ୍ତି । ଗାଡିଟି ବାଲଶ୍ବରରୁ ଧମରାକୁ ଯାଉଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.