ଆସିଗଲା ଶସ୍ତା ସ୍ମାର୍ଟଫୋନ Realme C11, ଫୋନ୍ ସହିତ କମ୍ପାନୀ ଲଞ୍ଚ କଲା ନୂଆ ପାୱରବ୍ୟାଙ୍କ

ରିୟଲମି ଭାରତରେ ନିଜ ନୂଆ ଶସ୍ତା ସ୍ମାର୍ଟଫୋନ୍ ରିୟଲମି C11 ଲଞ୍ଚ କରିଛି। ଫୋନ୍ ସହିତ କମ୍ପାନୀ ନୂଆ ପାୱରବ୍ୟାଙ୍କ ମଧ୍ୟ ଲଞ୍ଚ୍ କରିଛି । ରିୟଲମି C11 ରେ ଦମଦାର୍ ଫିଚର୍ସ ରହିଛି ଯାହାକୁ ବହୁତ ଶସ୍ତାରେ ଗ୍ରାହକ ପାଇପାରିବେ । ଏହି ଫୋନର ଦାମ୍ ମାତ୍ର ୭୪୯୯ ଟଙ୍କା ରହିଛି । ଫୋନର ପ୍ରଥମ ସେଲ୍ ୨୨ ଜୁଲାଇ ଫ୍ଲିପକାର୍ଟରେ ହେବ । ଫୋନର ଖାସ୍ ଫିଚର୍ସ ହେଉଛି ଏହାର ୫୦୦୦ ଏମଏଏଚର ଦମଦାର୍ ବ୍ୟାଟେରୀ ।

realme

ସ୍ପେସିଫିକେସନ :

ଏହି ଫୋନ ଆଣ୍ଡ୍ରଏଡ ୧୦ ଉପରେ ଆଧାରିତ । ଡୁଆଲ ସିମ୍‌ ସହିତ ୬.୫ ଇଞ୍ଚ ଡିସପ୍ଲେ ରହିଛି। ଏହାର ଆସପେକ୍ଟ ରେସିଓ ୨୦:୯ ଏବଂ ସ୍କ୍ରିନ ଟୁ ବଡି ରେସିଓ ୯୯.୭ ରହିଛି। ଏହାଛଡା ଏଥିରେ ମିଡିଆଟେକ ହୋଲିଓ ଜି ୩୫ ଅକ୍ଟୋ କୋର ପ୍ରୋସେସର ସହିତ ୨ ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ ରହିଛି। ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ଷ୍ଟୋରେଜ କ୍ଷମତା ମଧ୍ୟ ବଢାଇପାରିବେ। ଏହି ଫୋନର ବ୍ୟାଟେରୀ କ୍ଷମତା ୫,୦୦୦ ଏମ୍‌ଏଏଚ ରହିଛି। ଫୋନର ଓଜନ ୧୯୬ ଗ୍ରାମ ରହିଛି।

me

କମ୍ପାନୀ ଏହି ଫୋନକୁ ମାତ୍ର ଗୋଟିଏ ଭାରିଏଣ୍ଟରେ ଲଞ୍ଚ କରିଛି। ଫୋନର ସ୍କ୍ରିନ୍-ଟୁ-ବଡି ରେସିଓ ୮୮.୭% । ସ୍କ୍ରିନର ପ୍ରୋଟେକ୍ସନ ପାଇଁ କର୍ଣ୍ଣିଂ ଗରିଲା ଗ୍ଲାସ୍ ୩ର ବ୍ୟବହାର କରାଯାଇଛି । ରିୟଲମି C11 ଆଣ୍ଡ୍ରଏଡ୍ ୧୦ରେ ବେଷ୍ଟ୍ଡ ରିୟଲମି UIରେ କାମ କରିଥାଏ ।

ରିୟଲମିର ଏହି ଫୋନରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି ଯାହାର ଅପର୍ଚର ଏଫ୍/2.2 ସହିତ ୧୩ ମେଗାପିକ୍ସେଲ୍ ଓ ଅପର୍ଚର ଏଫ୍/2.4 ସହିତ ୨ ମେଗାପିକ୍ସେଲ୍ ସେକେଣ୍ଡାରୀ କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ ଫୋନରେ ୫ ମେଗାପିକ୍ସେଲରେ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଫୋନରେ ଏଆଇ ବ୍ୟୁଟି, ଫିଲ୍ଟର ମୋଡ୍, ଏଚଡିଆର୍, ପୋଟ୍ରେଟ୍ ମୋଡ୍ ଓ ଟାଇମଲାପ୍ସ ଭଳି ଫିଚର୍ସ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.