Below header

ପହଞ୍ଚିପାରିଲାନି ଭାର: ଅଧାରେ ଚାଲିଗଲା ବାପାଙ୍କ ଜୀବନ, ପୁଅ ଗୁରୁତର

ଭୁବନେଶ୍ୱର(କେନ୍ୟୁଜ୍) : ପହଞ୍ଚିପାରିଲାନି ଭାର। ଅଧାରେ ଚାଲିଗଲା ଜୀବନ। ମର୍ମନ୍ତୁଦ ଦୁର୍ଘଟଣାରେ ବାପାଙ୍କର ଜୀବନ ଚାଲିଯାଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କୁଟିଟି ଡିଭାଇଡରରେ ପିଟି ହେବା ପରେ ଓଭରବ୍ରିଜ ତଳେ ଦୁଇ ଜଣ ପଡିଯାଇଥିଲେ। ଫଳରେ ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳେ ବାପା-ପୁଅ ଦୁଇ ଜଣ ସାବିତ୍ରୀ ଭାର ନେଇ ରସୁଲଗଡ଼ ଆଡକୁ ଆସୁଥିଲେ। ହତାଠ୍‌ ସ୍କୁଟିଟି ଡିଭାଇଡରରେ ପିଟି ହୋଇଯାଇଥିଲା। ଉଭୟ ନୟାଗଡ଼ର ହୋଇଥିବାବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.