ସ୍ବିସ୍ ବ୍ୟାଙ୍କରେ କଳାଟଙ୍କା ରଖିଥିବା ଭାରତୀୟଙ୍କ ପାଇଁ ବଢିଲା ସମସ୍ୟା, ସ୍ବିଜରଲ୍ୟାଣ୍ଡ୍‌ ଟିକସ କର୍ତୃପକ୍ଷ ପଠାଇଲେ ନୋଟିସ୍

ସ୍ବିସ୍ ବ୍ୟାଙ୍କରେ କଳାଟଙ୍କା ରଖିଥିବା ଭାରତୀୟଙ୍କ ପାଇଁ ବଢିଲା ସମସ୍ୟା । ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରୁ ସେମାନଙ୍କୁ ଆଉ ବର୍ତ୍ତିବା ସମ୍ଭବ ହୋଇ ନପାରେ। ଭାରତ ସରକାରଙ୍କୁ ତଥ୍ୟ ଦେବା ପୂର୍ବରୁ ସ୍ବସ କର୍ତ୍ତୃପକ୍ଷ ଭାରତୀୟଙ୍କୁ ନୋଟିସ ଦେବା ଆରମ୍ଭ କରିଦେଇଛନ୍ତି। ଗତ ସପ୍ତାହରେ ପ୍ରାୟ ୧୨ ଜଣଙ୍କୁ ନୋଟିସ ପଠାଯାଇଛି। ସ୍ବିଜରଲାଣ୍ଡର ଫେଡେରାଲ ଟିକସ ପ୍ରଶାସନ ପକ୍ଷରୁ ଏସବୁ ନୋଟିସ୍ ପଠାଯାଉଛି। ଗତ ମାର୍ଚ ମାସରୁ ସ୍ବସ୍ କର୍ତ୍ତୃପକ୍ଷ ଭାରତୀୟ ଜମାକାରୀଙ୍କ ମଧ୍ୟରୁ ଅତିକମ୍‌ରେ ୨୫ ଜଣଙ୍କୁ ନୋଟିସ୍ ପଠାଇ ସାରିଲେଣି। ଭାରତ ସରକାରଙ୍କୁ ତଥ୍ୟ ପ୍ରଦାନ କରିବା ପୂର୍ବରୁ ସେମାନଙ୍କୁ ଏହା ବିରୋଧରେ ଆବେଦନ କରିବା ଲାଗି ଶେଷ ସୁଯୋଗ ପ୍ରଦାନ କରିବାକୁ ଯାଇ ଏହି ନୋଟିସ୍ ପଠାଯାଇଛି। ବିଭିନ୍ନ ଦେଶର ନାଗରିକମାନଙ୍କ ନିକଟକୁ ଏହି ନୋଟିସ ଦିଆଯାଇଛି।

Swiss_Bank picଉକ୍ତ ନୋଟିସକୁ ବିଶ୍ଳେଷଣ କରିବା ପରେ ଜଣାଯାଇଛି, ଏକାଧିକ ଦେଶର ନାଗରିକଙ୍କୁ ନୋଟିସ୍ ପଠାଯାଉଥିଲେ ମଧ୍ୟ ଗତ କିଛି ସପ୍ତାହ ମଧ୍ୟରେ ଭାରତୀୟ ମାନଙ୍କୁ ପଠାଯାଉଥିବା ନୋଟିସ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ଘଟିଛି। ମେ ୨୧ ତାରିଖ ଦିନ ଅତିକମ୍‌ରେ ୧୧ ଜଣ ଭାରତୀୟଙ୍କୁ ନୋଟିସ ପଠାଯାଇଛି। ତେବେ ସ୍ବିସ୍ ସରକାର ତାଙ୍କ ଗେଜେଟ୍ ବିଜ୍ଞପ୍ତିରେ ନାଗରିକମାନଙ୍କ ଯେଉଁ ତଥ୍ୟ ପ୍ରକାଶ କରିଛନ୍ତି ସେଥିରେ ପୂରା ନାମ ଲେଖିବା ପରିବର୍ତ୍ତେ ସଂକ୍ଷେପରେ ତାହାକୁ ପ୍ରକାଶ କରିଛନ୍ତି। ତେବେ ଜନ୍ମବର୍ଷ ଏବଂ ମାସ ନାମ ନିକଟରେ ଉଲ୍ଲେଖ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.