Below header

ବିଳମ୍ବିତ ରାତିରେ ଟ୍ରକକୁ ପଛରୁ ପିଟିଲା ସ୍କୁଟି, ୨ ମୃତ

ଯାଜପୁର ରୋଡ଼ (କେନ୍ୟୁଜ): ଟମକା ଥାନା ଅନ୍ତର୍ଗତ ଫୁଲଝର ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଏକକାଳୀନ ଦୁଇଜଣ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଆଉଜଣେ ଯୁବକଙ୍କୁ ଗୁରୁତର ଆହତ ଅବସ୍ଥାରେ ଦାନଗଦି ଗୋଷ୍ଠୀ ସ୍‌ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।

ଖବର ମୁତାବକ ଡୁବୁରୀ-ନରଣପୁର ପୂର୍ତ୍ତ ବିଭାଗ ରାସ୍ତାର ଡୁବୁରୀ ପଟରୁ ଏକ ସ୍କୁଟିରେ ୩ ଜଣ ଯୁବକ ଟମକା ଆଡକୁ ଯାଉଥିବା ବେଳେ ରାସ୍ତା ଉପରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ପଛ ପଟେ ସ୍କୁଟିଟି ମାଡ ହୋଇ ଗାଡି ଭିତରକୁ ପଶି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟି ଚାଳକ ଓ ମଝିରେ ବସିଥିବା ଯୁବକଙ୍କର ମୃତ୍ୟୁ ଘଟିଥିଲା। ପଛ ଯୁବକଙ୍କୁ ମୁର୍ମୁଷୁ ଅବସ୍ଥାରେ ସେଠାରୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଥିଲା। ମୃତ ଦୁଇ ଯୁବକ ହେଲେ ଟମକା ଥାନା କିଆଝର ଗ୍ରାମର ମହେନ୍ଦ୍ର ମାଝି ଓ ମନ ମୁର୍ମୁ। ଗୁରୁତର ଆହତ ଥିବା କେଶବ ମାରାଣ୍ଡିଙ୍କୁ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍‌ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଟମକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣା ସମ୍ପର୍କରେ ଅନୁସନ୍ଧାନ ଜାରିରଖିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.