ପୋଲିସ ଠାରୁ ମିଳିଲାନ ନ୍ୟାୟ: ଶାଶୁ ଘର ଲୋକ ମାଡ଼ ମାରୁଥିବା ଅଭିଯୋଗରେ ଏସଡିପିଓ ଅଫିସ ଆଗରେ ଧାରଣା

ଚାନ୍ଦବାଲି (କେନ୍ୟୁଜ): ଅଭିଯୋଗର ଏକ ମାସରୁ ଉର୍ଦ୍ଧ ସମୟ ପରେ ବି ତିହିଡି ପୋଲିସ ଦେଇପାରିଲା ନାହିଁ ନ୍ୟାୟ । ତେଣୁ ନ୍ୟାୟ ଓ ଅଭିଯୁକ୍ତଙ୍କ ଗିରଫ ଦାବି କରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏସଡିପଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣାରେ ବସିଛନ୍ତି ସହପରିବାର । ଆକ୍ରମଣର ଶିକାର ହୋଇଥିବା ସ୍ୱାମୀ , ସ୍ତ୍ରୀ ନିଜର ୨ପିଲାଙ୍କୁ ଧରି ଧାରଣାରେ ବସିଛନ୍ତି । ଅଭିଯୋଗ ମୁତାବକ ଚାନ୍ଦବାଲି ଥାନା ୍‌ଅଧିନ ସାଏନ୍ତା ଗାଁର ସ୍ନେହଲତା ସାହୁ ତିହିଡି ଥାନା ଅର୍ନ୍ତଗତ ସୟା ଗ୍ରାମର ଉମେଶ ଚନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ । କିଛି ମାସ ଶାଶୁ ଘରେ ଭଲରେ ଚଳିବା ପରେ ଶାଶୁ ,ଶଶୁର ଓ ଦିଅର ସ୍ନେହଲତାକୁ ଗାଲି ଗୁଲଜ କରିବା ସହ ମାର ଧର କରନ୍ତି ।

ହେଲେ ଗତ ୧୪,୧୧,୨୦୨୨ରିଖ ରାତିରେ ଶଶୁର ଓ ଦିଅର ଉଭୟ ମିଶି ସ୍ନେହଲତା ଓ ତାଙ୍କ ସ୍ୱାମୀ ଉମେଶକୁ ମରଣାନ୍ତକ ଆକ୍ରମଣ କରିବା ସହ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିଲେି । ତେଣୁ ଏ ବାବଦରେ ସ୍ନେହଲତା ତିହିଡି ଥାନାରେ ଗତ ୧୭ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗକୁ ୧ ମାସରୁ ଉର୍ଦ୍ଧ ସମୟ ବିତିଥିଲେ ବି ତିହିଡି ଥାନାଧିକାରୀ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ସ୍ୱାମୀ , ସ୍ତ୍ରୀ । ବାରମ୍ବାର ତିହିଡି ଥାନାକୁ ଯାଇ ନିରାଶ ହେବା ପରେ ଆଜି ଅଭିଯୁକ୍କୁ ଗିରଫ ସହ ନ୍ୟାୟ ଦାବି କରି ଚାନ୍ଦବାଲି ଏସଡିପିଓଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଛନ୍ତି ସ୍ୱାମୀ , ସ୍ତ୍ରୀ । ତେବେ ଏ ବାବଦରେ ମାମଲା ରୁଜୁ ହୋଇଛି , ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ତିହିଡି ଥାନାଧଇକାରୀହ୍‌କୁ କକୁହାଯାଇଛି ବୋଲି କହିଛନ୍ତି ଏସଡିପିଓ ଚାନ୍ଦବାଲି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.