Below header

ବାହାଘରକୁ ୨ ମାସ ପୂରିନି ଯୌତୁକ ନିର୍ଯାତନା ଅଭିଯୋଗ, ଏସିଡ୍‌ ପକାଇ ନବବଧୂକୁ ହତ୍ୟା ଉଦ୍ୟମ

ଯାଜପୁର ଟାଉନ (କେନ୍ୟୁଜ୍‌) : ଅଧିକ ଯୌତୁକ ଦେଇ ନ ପାରିବାରୁ ବୋହୁକୁ ଏସିଡ ଢାଳି ହତ୍ୟା ଉଦ୍ୟମ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଯାଜପୁର ଜିଲା ପାଣିକୋଇଲି ଥାନା କରଦା ଗାଁରେ । ଗାଁର ବିନୋଦ ସେଠୀଙ୍କ ପତ୍ନୀଙ୍କୁ ଶାଶୁ, ନଣନ୍ଦ ଓ ସ୍ୱାମୀ ଏସିଡ୍‌ ପକାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି । ବିବାହର ୨ ମାସ ମଧ୍ୟରେ ବାରମ୍ବାର ଅଧିକ ଯୌତୁକ ଦାବି କରି ଶାଶୁ ଘର ଲୋକେ ନାନା ନିର୍ଯାତନା ଦେଉଥିଲେ ।

ପୂର୍ବରୁ ମହିଳା ଜଣକ ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ଏ ନେଇ ଉଭୟ ପରିବାର ମଧ୍ୟରେ ଆପୋଷ ମିଳାମିଶା କରାଯାଇଥିଲା । ତେବେ ଏହା ପରେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ମହିଳା ଜଣକୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ପୋଲିସ ଚୁପ ହୋଇ ବସିଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.