‘‘ଜଣେ ପୁରୁଷ ୫୦ ଜଣ ମହିଳାଙ୍କୁ ବିବାହ କରିପାରିବେ’’ ମୌଲାନାଙ୍କ ବିବାଦୀୟ ଭିଡିଓ ଭାଇରାଲ, ଦେଖନ୍ତୁ କ’ଣ କହିଲେ ଲୋକେ
ଧର୍ମ ନାଁରେ କେତେକ ତଥାକଥିତ ଧର୍ମଗୁରୁ ଲୋକଙ୍କୁ କୁ-ଶିକ୍ଷା ଦେବାକୁ ମଧ୍ୟ ପଛାଉନଥିବା ଦେଖିବାକୁ ମିଳୁଛି। ନିଜ ପକେଟ୍ ଗରମ କରିବା ପାଇଁ ଏହି ଧର୍ମଗୁରୁମାନେ ଲୋକଙ୍କୁ ଭୁଲ ସନ୍ଦେଶ ଦେଉଛନ୍ତି। ଏସବୁ କଥାକୁ ଦୃଷ୍ଟିରେ ରଖି ବୋଧେ ଲୋକଙ୍କୁ ସମୟ ସହ ତାଳ ଦେଇ ଧର୍ମରେ ଥିବା ରୁଢ଼ିବାଦୀ ତତ୍ତ୍ୱକୁ କମ୍ କରିବା ପାଇଁ କୁହାଯାଏ। ତେବେ ସୋସିଆଲ ମିଡିଆର ବହୁଳ ବ୍ୟବହାର ପରେ ଏବେ କେତେକ ନକଲି ବାବା, ମୌଲାନା ଏବଂ ଧର୍ମଗୁରୁଙ୍କ ପ୍ରକୃତ ଚରିତ୍ର ସାମ୍ନାକୁ ଆସିଛି।
ଏହାସହ ପଢ଼ନ୍ତୁ: ରାଜ୍ୟରେ କଳି ଦିଲ୍ଲୀରେ କୋଳାକୋଳି, ମୋଦିଙ୍କ ପରେ ଅମିତଙ୍କୁ ଭେଟିଲେ ଦିଦି
ଏବେ ସୋସିଆଲ ମିଡିଆରେ ସେହିଭଳି ଜଣେ ବାବାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଇସଲାମିକ ଧର୍ମଗୁରୁ ମୁସଲମାନ୍ ସମ୍ପ୍ରଦାୟର ଲୋକଙ୍କୁ ପ୍ରବଚନ ଦେଉଛନ୍ତି। ପ୍ରବଚନରେ ସେ ମୁସଲିମ୍ମାନଙ୍କୁ ୫୦ ଜଣ ମହିଳାଙ୍କୁ ବିବାହ କରିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।
जरा सुनिए इन साहिब को ..
ऐसे आलिम, मौलाना और धर्मगुरु अपनी कौम को जाहिल बनाकर रखना चाहते हैं ..
‘एक- एक मर्द की सरपरस्ती में पचास -पचास औरतें होंगी इसलिए ज्यादा से ज्यादा शादियां करो ‘ .. pic.twitter.com/p74b1bc1m5— Ajit Anjum (@ajitanjum) September 19, 2019
ଏହି ତଥାକଥିତ ଗୁରୁଙ୍କ କହିବାନୁସାରେ, ପ୍ରଳୟ ପାଖେଇ ଆସିଲେ ଧୀରେ ଧୀରେ ପୁରୁଷଙ୍କ ସଂଖ୍ୟା କମ୍ ହେବା ସହ ମହିଳାଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ। ଫଳରେ ଝିଅଙ୍କୁ ବିବାହ କରିବାକୁ ପୁଅ ମିଳିବେନି। ଏଭଳି ପରିସ୍ଥିତିରେ ଜଣେ ପୁଅ ୫୦ ଜଣ ଝିଅଙ୍କୁ ବିବାହ କରିବେ। ତେବେ ଏହି ଭିଡିଓ ଭାଇରାଲ ହେବା ପରେ କିଛି ମୁସଲମାନ ସମ୍ପ୍ରଦାୟର ଲୋକ ଧର୍ମଗୁରୁଙ୍କୁ ସମର୍ଥନ ଜଣାଇଥିବା ବେଳେ ଆଉ କିଛି ଏହାକୁ ବିରୋଧ କରିଥିବା ଦେଖିବାକୁ ମିଳିଛି।