Below header

ଖୋର୍ଦ୍ଧା: ସାଧାରଣତନ୍ତ୍ର ଦିବସରେ ଟାଙ୍ଗୀରେ ଅଘଟଣ, ନାବାଳିକା ଉପରକୁ ଏସିଡ ମାଡ କଲା ନାବାଳକ,  ଥାନାରେ ଏତଲା

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଡପାରୀ ନୋଡାଲ ହାଇସ୍କୁଲର ଜଣେ ଛାତ୍ରୀଙ୍କ ଉପରକୁ ଏସିଡ ମାଡ ଅଭିଯୋଗ । ତାଙ୍କର ଆଖି ଓ ମୁହଁ ପୋଡ଼ିିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯଇଥିଲା। ପରେ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କ ସହପାଠୀ ଏସିଡ୍‌ ମାଡ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ନିଜ ସହପାଠୀଙ୍କ ସହ ନିକଟରେ ଥିବା ବ୍ରଜଗୋପିକା ଧାମକୁ ବୁଲିବାକୁ ଯାଇଥିବାବେଳେ ନାବାଳକ ସହପାଠୀ ଏସିଡ ପକାଇ ଫେରାର ହୋଇଯାଇଥିଲା। ଏନେଇ ପରିବାର ପକ୍ଷରୁ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.