Below header

ପଞ୍ଚଭୂତରେ ଲୀନ ହୋଇଗଲା ଗଉରା, ସ୍ୱର୍ଗଦ୍ୱାରରେ ଦିଆଗଲା ଅଶ୍ରୁଳ ବିଦାୟ

ଭୁବନେଶ୍ୱରରୁ ମରଶରୀର ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବହୁ କଳାକାର, ଅଭିନେତା ଓ ସିନେପ୍ରେମୀ। ଶୋକାକୂଳ ପରିବେଶରେ ପିଣ୍ଟୁଙ୍କ ବଡ଼ ପୁଅ ମୁଖାଗ୍ନି ଦେଇଥିଲେ।

ପୁରୀ(କେନ୍ୟୁଜ୍):  ପଞ୍ଚଭୂତରେ ଲୀନ ହେଲେ ପିଣ୍ଟୁ ନନ୍ଦ। ପୁରୀ ସ୍ୱର୍ଗଦ୍ୱାରରେ ଓଲିଉଡ୍‌ ଅଭିନେତାଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ଭୁବନେଶ୍ୱରରୁ ମରଶରୀର ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବହୁ କଳାକାର, ଅଭିନେତା ଓ ସିନେପ୍ରେମୀ। ଶୋକାକୂଳ ପରିବେଶରେ ପିଣ୍ଟୁଙ୍କ ବଡ଼ ପୁଅ ମୁଖାଗ୍ନି ଦେଇଥିଲେ।

ଗତକାଲି ହାଇଦ୍ରାବାଦରୁ ଭୁବନେଶ୍ୱର ତାଙ୍କ ପାର୍ଥିବ ଶରୀର ଅଣାଯାଇଥିଲା । ଗତ ବୁଧବାର ରାତିରେ ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଲବମ ହିରୋରୁ ଫିଲ୍ମ ହିରୋ, କମେଡିଆନରୁ ଭିଲେନ୍‌ ଅଭିନୟର ସବୁ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି ପିଣ୍ଟୁ ନନ୍ଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.