ପାନ୍ କାର୍ଡରେ Aadhaar ସାହାଯ୍ୟରେ ଏପରି ବଦଳାନ୍ତୁ ଆଡ୍ରେସ୍, ଜାଣନ୍ତୁ ତରିକା
ପାନ୍ କାର୍ଡ ସେହି ବ୍ୟକ୍ତିଙ୍କ ପାଇଁ ବହୁତ ଜରୁରୀ, ଯେଉଁମାନେ ଟ୍ୟାକ୍ସ ପେମେଣ୍ଟ କରନ୍ତି । ଯଦିଓ ଏବେ ବଡ ଟ୍ରାନଜାକସନ୍, କୌଣସି ଯୋଜନାର ଲାଭ ଉଠାଇବା ପାଇଁ ହେଉ କିମ୍ବା ବ୍ୟାଙ୍କରେ ଖାତା ଖୋଲିବା ଆଦି ହେଉ ସବୁକିଛି ପାଇଁ ମଧ୍ୟ ପାନ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ।

ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର ଏକ ୧୦ ଅଙ୍କର ଆଲଫାନ୍ୟୁମେରିକ ନମ୍ବର । ଯାହାକୁ ଆୟକର ବିଭାଗ ପକ୍ଷରୁ ଜାରି କରାଯାଏ । କୌଣସି ବି ନାଗରିକ ଏହି କାର୍ଡ ପାଇଁ ଆପ୍ଲାଏ କରିପାରିବେ । ପାନ୍ କାର୍ଡ ଆୟକର ବିଭାଗରେ ବ୍ୟକ୍ତିଙ୍କ ସମସ୍ତ ଟ୍ରାନଜାକସନ୍ ସହ ଜୋଡିବା ପାଇଁ ସକ୍ଷମ ବନାଇଥାଏ । ପାନ କାର୍ଡ ସାହାଯ୍ୟରେ ଟ୍ୟାକ୍ସ ପେମେଣ୍ଟ, ଟିଡିଏସ ଏବଂ ଟିଡିଏସ୍ କ୍ରେଡିଟ୍, ଇନକମ୍ ରିଟର୍ଣ୍ଣ ଏବଂ ଅନ୍ୟ ଟ୍ରାନଜାକସନ୍ ର ବିବରଣୀ ନେଇପାରିବେ ।
ପାନ୍ କାର୍ଡ ସେହି ବ୍ୟକ୍ତିଙ୍କ ପାଇଁ ବହୁତ ଜରୁରୀ, ଯେଉଁମାନେ ଟ୍ୟାକ୍ସ ପେମେଣ୍ଟ କରନ୍ତି । ଯଦିଓ ଏବେ ବଡ ଟ୍ରାନଜାକସନ୍, କୌଣସି ଯୋଜନାର ଲାଭ ଉଠାଇବା ପାଇଁ ହେଉ କିମ୍ବା ବ୍ୟାଙ୍କରେ ଖାତା ଖୋଲିବା ଆଦି ହେଉ ସବୁକିଛି ପାଇଁ ମଧ୍ୟ ପାନ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ । ସେହିପରି ଆଧାର କାର୍ଡ ବିଷୟରେ କଥା ହେବା ତ ଏହା ୧୨ ଅଙ୍କର ଏକ ଏମିତି ପରିଚୟ ସଂଖ୍ୟା, ଯାହା ଭାରତରେ କେଉଁଠି ବି ଏହାକୁ ପରିଚୟ ପତ୍ର ରୂପେ ବ୍ୟବହାର କରାଯାଇହେବ ।
ସରକାର କିଛି ମାମଲାରେ ଲୋକଙ୍କ ପାଇଁ ଏହି ସୁବିଧା ଦେଇଛନ୍ତି ଯେ ଯଦି ଆପଣଙ୍କ ପାଖରେ ବୈଧ ଆଧାର କାର୍ଡ ରହିଛି ତେବେ ସେମାନେ ନିଜ ପାନ କାର୍ଡରେ ନିଜର ବାସସ୍ଥାନର ଠିକଣା ବଦଳାଇପାରିବେ ଏବଂ ଅପଡେଟ ବି କରିପାରିବେ । ଯଦି ପାନ କାର୍ଡରେ ନିଜର ଠିକଣା ବଦଳାଇବା କିମ୍ବା ଅପଡେଟ କରିବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ ୟୁଟିଆଇ ଇନଫ୍ରାଷ୍ଟ୍ରକଚର ଟେକ୍ନୋଲୋଜି ଆଣ୍ଡ ସର୍ଭିସେଜ୍ ଲିମିଟେଡ ପୋର୍ଟାଲକୁ ଯିବାକୁ ହେବ ।
ଏହାପରେ ବ୍ୟକ୍ତିଙ୍କୁ ପାନ କାର୍ଡ ନମ୍ବର, ଆଧାର ନମ୍ବର, ଇମେଲ ଆଇଡି ଏବଂ ମୋବାଇଲ ନମ୍ବର ଭଳି ଆବଶ୍ୟକ ଡିଟେଲକୁ ଏଣ୍ଟର କରିବାକୁ ହେବ । ଏବେ ଆଧାର ସାହାଯ୍ୟରେ ଠିକଣା ଅପଡେଟ କରିବା ପାଇଁ ବ୍ୟକ୍ତିଙ୍କୁ ‘ଆଧାର ଇ-କେଓ୍ଵାଇସୀ ଆଡ୍ରେସ ଅପଡେଟ’ ଅପ୍ସନ ଉପରେ କ୍ଲିକ କରିବାକୁ ହେବ । ଏହାପରେ କାପ୍ଚା ଭରିବାକୁ ହେବ ଏବଂ ଟର୍ମ ଆଣ୍ଡ କଣ୍ଡିସନ ଏଗ୍ରି କରିବାକୁ ହେବ । ଏବେ ଆପଣ ସବମିଟ୍ ବଟନ୍ ଉପରେ କ୍ଲିକ କରିଦିଅନ୍ତୁ ।
ଏବେ ମୋବାଇଲ ନମ୍ବର କିମ୍ବା ଇମେଲ ଆଇଡିରେ ଓଟିପି ଆସିବ । ଏବେ ଏହି ଓଟିପିକୁ ଆପଣ ଏଣ୍ଟର କରି ସବମିଟ୍ କରିଦିଅନ୍ତୁ । ସମସ୍ତ ଷ୍ଟେପ ଫଲୋ କରିବା ପରେ ଆପଣଙ୍କ ଆଡ୍ରେସ ଆଧାର ହିସାବରେ ପାନରେ ଅପଡେଟ ହୋଇଯିବ । ଇମେଲ ଏବଂ ଏସଏମଏସ ମାଧ୍ୟମରେ ମଧ୍ୟ ଏହାର ଅପଡେଟ ହେବାର ସୂଚନା ପାଇପାରିବେ ।