ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା, କମିଶନରେଟ ପୋଲିସ ପକ୍ଷରୁ ଶାଶୂ ଘରେ ଲାଗିଲା ଲଟ୍‌କା

କଟକ(କେନ୍ୟୁଜ୍) : ଅଭିନେତ୍ରୀ ନିକିତା ସାହୁ ମୃତ୍ୟୁ ମାମଲାରେ ତାଙ୍କ ଶାଶୂ ଘରେ ଲାଗିଲା ଲଟ୍‌କା। କମିଶନରେଟ ପୋଲିସ ପକ୍ଷରୁ ଏହି ଲଟକା ଲଗାଯାଇଛି। ନିକିତାଙ୍କ ମୃତ୍ୟୁ ପରେ ତାଙ୍କ ଶାଶୂ ଓ ଶ୍ୱଶୁର ଫେରାର୍‌ ଅଛନ୍ତି। ହାଜର ହେବା ପାଇଁ ସେମାନଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ଥାନାରେ ହାଜର ନହେବାରୁ ତାଙ୍କ ଘରେ ପୋଲିସ ଲଟକା ଲଗାଇଛି। ନିକିତା ମୃତ୍ୟୁ ମାମଲାରେ ତାଙ୍କ ସ୍ୱାମୀ ଲିପନ ସାହୁ ଗିରଫ ହୋଇଛନ୍ତି। ଏବେ ସେ ଚୌଦ୍ୱାର ସର୍କଲ ଜେଲରେ। ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.