ଯାଜପୁର : ବିଞ୍ଝାରପୁର ତହସିଲ ଅଫିସ ପରିସରରେ ପିଅନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ୍) : ତହସିଲ ଅଫିସ ପରିସରରୁ ପିଅନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ବିଞ୍ଝାରପୁର ତହସିଲ ଅଫିସରୁ ପିଅନ ପ୍ରଶାନ୍ତ ଜେନାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପ୍ରଶାନ୍ତ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ସେ ଅଫିସ ଆସିଥିଲେ। ପରେ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହର ବ୍ୟବଚ୍ଛେଦ ପାଇଁ ପଠାଇଛି। ପାରିବାରିକ କାରଣରୁ ମାନସିକ ଦୁଃଶ୍ଚିନ୍ତାରେ ଗତି କରି ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି।