Below header

ଅନଲାଇନ୍ କିଣାକିଣି କରୁଥିବା ସମୟରେ ଆଉ ଜରୁରୀ ନୁହଁ କ୍ରେଡିଟ ଏବଂ ଡେବିଟ କାର୍ଡ ନମ୍ବର ଦେବା

ନୂଆଦିଲ୍ଳୀ : ଡେବିଟ, କ୍ରେଡିଟ କାର୍ଡ ଏବଂ ପ୍ରିପେଡ ଟ୍ରାଞ୍ଜାକସନକୁ ଅଧିକ ସୁରକ୍ଷିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏକ ନୂତନ ସେବା ଆରମ୍ଭ କରିଛି। ଚଳିତବର୍ଷ ଜାନୁଆରୀ ୮ରୁ ଲାଗୁ ହୋଇଥିବା ଏହି ନିୟମରେ ଗ୍ରାହକଙ୍କୁ ନିଜ କାର୍ଡର ମୂଳ ନମ୍ବର କିଣାକିଣି ସମୟରେ ଆଉ ଦେବାକୁ ପଡ଼ିବ ନାହିଁ।

କଣ ରହିଛି ନିର୍ଦ୍ଦେଶ

ଆରବିଆଇର ନିର୍ଦ୍ଦେଶନୁଯାୟୀ ଏବେ ମାଷ୍ଟରକାର୍ଡ, ଭିସା କାର୍ଡରେ ଏବେ ଟୋକନ ସୁବିଧା କରିପାରେ। ଏନେଇ କାର୍ଡଧାରୀଙ୍କୁ ଟୋକନ୍ ମିଳିବା ଆପରେ ନିଜ କାର୍ଡକୁ ପଞ୍ଜୀକରଣ କରିବାକୁ ପଡ଼ିବ। ଏହି ସୁବିଧା ନିଶୁଳ୍କ ରହିଥିବା ବେଳେ ରେଜିଷ୍ଟ୍ରେସନ ମାମଲାରେ ପିନ୍ ଏଣ୍ଟ୍ରି ଭଳି ସମସ୍ତ ସୁରକ୍ଷା ନିର୍ଦ୍ଦେଶ ଲାଗୁ ରହିବ।

 

ଟୋକନର କାର‌୍ୟ୍ୟ କଣ ରହିବ

ବ୍ୟାଙ୍କ ଦ୍ବାରା ଲାଗୁ କରାଯାଇଥିବା ଟୋକନ ସୁବିଧାରେ ଗ୍ରାହକଙ୍କୁ ସମ୍ବେଦନଶୀଳ ବିବରଣୀ ବାରମ୍ବାର ଦେବାକୁ ପଡ଼ିବ ନାହିଁ। ଅନଲାଇନ ଟ୍ରାଞ୍ଜାକସନ ସମୟରେ ଗ୍ରାହକଙ୍କୁ ଏଟିଏମ୍ ବିବରଣୀ ସ୍ଥାନରେ ଟୋକନର ସମସ୍ତ ଡିଟେଲ୍ସ ଦେବାକୁ ପଡ଼ିବ। ଯାହାଫଳରେ ଡିଜିଟାଲ ଠକଙ୍କୁ ଅନଲାଇନରେ ବ୍ୟାଙ୍କ ବା ଏଟିଏମ୍ ସମ୍ବନ୍ଧୀୟ କୌଣସି ଡାଟା ମିଳିପାରିବ ନାହିଁ ।ଏପରି କରିବା ଦ୍ବାରା ଡିଜିଟାଲ ଚୋରି ତଥା ଡକାୟତୀ ଖୁବ ମାତ୍ରାରେ କମ ହେବ ବୋଲି କୁହାଯାଉଛି। ଟୋକନ ସୁବିଧା ଏବେ କେବଳ ମୋବାଇଲ ଏବଂ ଟାବଲେଟ ପାଇଁ ହୋଇଥିବା ବେଳେ ଆଗକୁ ସର୍ବସାଧାରଣରେ ଲାଗୁ କରାଯିବା ନେଇ ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.