କନ୍ଧମାଳ : ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଦିଆଗଲା ସମ୍ବର୍ଦ୍ଧନା

କନ୍ଧମାଳ(କେନ୍ୟୁଜ୍) : କନ୍ଧମାଳ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ସଦର ମହକୁମା ସ୍ଥିତ ସେନାପତି ରେସିଡେନସୀରେ ଏକ ବୈଠକରେ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀ, ୧୨ଟି ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସରପଞ୍ଚ, ବ୍ଲକ ଚେୟାରମ୍ୟାନ ପ୍ରମୁଖ ଯୋଗଦେଇ ଡ. ସାମନ୍ତଙ୍କୁ ସ୍ୱାଗତ କରିଛନ୍ତି । କନ୍ଧମାଳ ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ଉପରେ ଡ. ସାମନ୍ତ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାରେ ବିଭିନ୍ନ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବେକାରୀ ସମସ୍ୟା ଦୂର କରିବା ଦିଗରେ କାର‌୍ୟ୍ୟ ଜାରି ରହିବ ବୋଲି ସେ କହିଛନ୍ତି । ଏଥପାଇଁ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ଆସନ୍ତା ସାଧାରଣ ନିର୍ବାଚନରେ ସକ୍ରିୟ ସହଯୋଗ କରିବା ସହ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ । ନିର୍ବାଚନ ନେଇ ଏହି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.