ଡାଏରୀ ଖୋଲିବ କି ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ? ଯାଞ୍ଚ ପାଇଁ ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଗଲା ସୁଇସାଇଡାଲ୍ ନୋଟ୍
ଭୁବନେଶ୍ବର: ଡାଏରୀ ଖୋଲିବ କି ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ? ମୃତ୍ୟୁ ଘଟଣାରେ ଆରମ୍ଭ ହୋଇଛି ସବୁଆଡୁ ଖୋଳତାଡ। ସୁଇସାଇଡାଲ ନୋଟକୁ ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଯାଇଛି । ରସୁଲଗଡରେ ଥିବା ଫୋରେନସିକ ଲ୍ୟାବରେ ହାଣ୍ଡରାଇଟିଂ ଯାଞ୍ଚ କରାଯିବ । ଲାବରୋଟାରୀ ବ୍ୟୁରୋର ୭ ଜଣିଆ ଟିମ ନୋଟକୁ ଯାଞ୍ଚ କରିବେ ।
ଏହି ସୁଇସାଇଡାଲ୍ ନୋଟ୍ ଆଦିତ୍ୟ ଲେଖିଛନ୍ତି ନା ଅନ୍ୟ କେହି ଲେଖିଛନ୍ତି, ସେନେଇ ସ୍ପଷ୍ଟ ହେବ । ଆଦିତ୍ୟଙ୍କ ଏହି ସୁଇସାଇଡାଲ ନୋଟ୍କୁ ନେଇ ବିବାଦ ଦେଖାଦେଇଛି । ଏହି ସୁଇସାଇଡାଲ୍ ନୋଟ୍ ଅନ୍ୟ କେହି ଲେଖିଥିବା ଆଦିତ୍ୟଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।
ଜୁନ ୯ ତାରିଖରେ ବିବାହ କରିଥିଲେ ଆଦିତ୍ୟ । ମାସେ ପୁରୁନି ଜୁଲାଇ ୭ ତାରିଖରେ ଆଦିତ୍ୟଙ୍କ ମୃତ ଦେହ ଲିଙ୍ଗରାଜ ଷ୍ଟେସନ ଟ୍ରାକ୍ କଡରୁ ଉଦ୍ଧାର ହୋଇଥିଲା । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଥିଲା । ତେବେ କେଉଁ କାରଣରୁ ଆତ୍ମହତ୍ୟା କଲେ ଆଦିତ୍ୟ ? ଏହାକୁ ନେଇ ବଢୁଛି ସନ୍ଦେହ ।