Below header

ଜଙ୍ଗଲରେ ଦୋଳି ଖେଳିବାକୁ ଯାଇ ଏମିତି ଫସିଗଲା ହାତୀ, ଦେଖନ୍ତୁ ଭିଡିଓ

ଜୀବଜନ୍ତୁଙ୍କ ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରାଯାଏ। କେତେବେଳେ ମାଙ୍କଡ଼ଙ୍କ ମାଙ୍କଡ଼ାମୀ ତ ଆଉ କେତେ ବେଳେ ଜୀବଜନ୍ତୁଙ୍କ ଅଦ୍ଭୁତ କାମ ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସେଭଳି ଏକ ହାତୀର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀ ଜଙ୍ଗଲରେ ଦୋଳି ଖେଳୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଆପଣ ଦେଖିପାରୁଥିବେ ହାତୀଟି ଦୋଳିରେ ଝୁଲିବାକୁ ଚେଷ୍ଟା କରୁଛି। କିନ୍ତୁ ତା’ ପାଦ ଫସିଯାଇଛି। ପରେ ହାତୀ ଗୋଡ଼କୁ ବାହାର କରିବାକୁ ବହୁତ ଚେଷ୍ଟା କରୁଛି।

ଭିଡିଓକୁ ଇଣ୍ଡିଆନ୍‌ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଭିଡିଓଟିକୁ ସେୟାର କରି ସୁଶାନ୍ତ କ୍ୟାପସନ୍‌ରେ ଲେଖିଛନ୍ତି ‘ଦୋଳି ଝୁଲିବା ପାଇଁ ଶରୀର ବହୁତ ଓଜନିଆ ଅଛି’। ତେବେ ଟ୍ଵିଟରରେ ସେୟାର ହେବା ପରଠାରୁ ଭିଡିଓଟି ଖୁବ୍‌ ଭାଇରାଲ ହେଉଥିବା ଦେଖାଯାଇଛି। ଏବେ ଯାଏଁ ଭିଡିଓକୁ ୩୪ ହଜାରରୁ ଅଧିକ ଥର ଦେଖାସରିଥିବା ବେଳେ ୨.୫ ହଜାର ଲାଇକ ଓ ୩୪୫ ଥର କମେଣ୍ଟ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.