ଆଷାଢ ସରିବାକୁ ବସିଲାଣି, ପାଣି ଅଭାବରୁ ବିଲ ଫାଟି ଆଁ

ଚାନ୍ଦବାଲି (କେନ୍ୟୁଜ୍): ଆଷାଢ ସରିବାକୁ ବସିଲାଣି। ମୌସୁମୀର ଦେଖାନାହଁ କି ବର୍ଷାର ବି ଦେଖା ମିଳୁନି। ଯେଉଁ ସମୟରେ ଚାଷୀ ଘନ ଘନ ଚାଷ କାର୍ଯ୍ୟ କରିବା କଥା ସେହି ସମୟରେ ବିଲରେ ପାଦ ରଖିପାରୁନି ଚାଷୀ । ହେଲେ ଏବେ ବି ବହୁ ଚାଷୀ ବିଲକୁ ଗଡିନଥିବାର ଅଭିଯୋଗ କରିଛନ୍ତି।   ପାଣି ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁନଥିବା ବେଳେ ବିଲ ଫାଟି ଆଁ କଲାଣି। ତାହାସହ ପୂର୍ବରୁ ପଡିଥିବା ବିହନ ତଳି ମଧ୍ୟ ପାଣି ଅଭାବରୁ ଲାଲ ହୋଇଗଲାଣି।  ଏମିତି ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଶ୍ୟାମସୁନ୍ଦରପୁର ପଞ୍ଚାୟତର ଚାଷୀ। ପଞ୍ଚାୟତର ତଳଦୁମୁକା, ଖିଲାରସାହି, ଗୋପାଳପୁର, ଖଟୁଆସାହିର ଚାଷୀମାନେ ବର୍ଷା ଅଭାବରୁ ପମ୍ପ ସାହାଯ୍ୟରେ ନିଜ ନିଜ ବିଲକୁ ପାଣି ମଡ଼ାଇ ଚାଷ କରୁଥିବାର ଦେଖିବାକୁ ମିଳିଛି। ହେଲେ ଏବେ ବି ଅନେକ ଚାଷୀ ବର୍ଷାକୁ ଅନାଇ ବସିଛନ୍ତି। ସେହିପରି ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ସୁନ୍ଦରପୁର ଓ ଓଳଗ ପଞ୍ଚାୟତର ଚାଷୀମାନଙ୍କର ପାଣି ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.